କନକ ବ୍ୟୁରୋ : ଦେଶରେ ବଢିବ ଜନ ଔଷଧି କେନ୍ଦ୍ରର ସଂଖ୍ୟା । ସାରା ଦେଶରେ ଜନ ଔଷଧି କେନ୍ଦ୍ରର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି ହେବ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଏମ୍ସ ଦେବଘର ଓ ଝାଡଖଣ୍ଡ ପରିସରରେ ୧୦ ହଜାର ତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳାଙ୍କ ନେତୃତ୍ୱରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସାରା ଦେଶରେ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ୍ କେନ୍ଦ୍ରର ଶୁଭାରମ୍ଭ ହୋଇଛି ।

Advertisment

ଦେଶର ମହିଳା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା ପାଇଁ ଡ୍ରୋନ୍ ଉଡାଇବାକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଏବଂ ପରବର୍ତୀ ୩ ବର୍ଷରେ ୧୫ ହଜାର ଡ୍ରୋନ୍ ବିତରଣର ଶୁଭାରମ୍ଭ ହୋଇଛି । ଭିଡିଓ କନ୍ଫରେନ୍ସରେ ସାମିଲ ହୋଇ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ଓଡ଼ିଶାର ହିତାଧିକାରୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୟ ଜଗନ୍ନାଥ କହି ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା ଆରମ୍ଭ କରିଥିଲେ । ତାଙ୍କ ପରିବାରରେର କିଏ କିଏ ଅଛନ୍ତି ବୋଲି ପଚାରିଥିଲେ ମୋଦୀ । ଏହା ସହ କେଉଁ ସରକାରୀ ଯୋଜନାରେ ଲାଭ ମିଳିଛି ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ । ପୂର୍ଣ୍ଣଚନ୍ଦ୍ର କହିଥିଲେ, ଉଜ୍ଜଳା, ପିଏମ୍ କିଷାନ, ପିଏମ୍ ଗରିବ କଲ୍ୟାଣ ଯୋଜନାର ଲାଭ ମିଳିଛି । ଏହି ଯୋଜନା ଫଳରେ ଜୀବନରେ କ’ଣ ପରିବର୍ତନ ଆସିଛି ବୋଲି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ପୂର୍ଣ୍ଣଚନ୍ଦ୍ର କହିଥିଲେ, ପୂର୍ବରୁ ଜଙ୍ଗଲରୁ କାଠ ଆଣି ଚୁଲିରେ ରୋଷେଇ କରୁଥିଲୁ । ହେଲେ ଏବେ ଉଜ୍ଜଳା ଯୋଜନା ଦ୍ୱାରା ସେଥିରୁ ମୁକ୍ତି ମିଳିଛି ।