ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର। ଭୁବନେଶ୍ୱର ସମେତ ସାରା ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା

196

କନକ ବ୍ୟୁରୋ: ସରକାର କରୁଛନ୍ତି ନିଯୁକ୍ତି ମେଳା । ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ଦିଆଯାଉଛି । ଏହିକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୋଜଗାର ମେଳା ଜରିଆରେ ୫୧ ହଜାର ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେହିପରି ଓଡ଼ିଶା ସରକାର, ନିଯୁକ୍ତି ପର୍ବ ଜରିଆରେ ୩୪୫ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି । ମେଳାରେ ଜରିଆରେ ବଣ୍ଟାଯାଉଥିବା ନିଯୁକ୍ତି ପତ୍ରକୁ ନେଇ ଯେଉଁ ଭଳି ଧାରଣା ସୃଷ୍ଟି ହୋଇଛି, ତାହା ଆଶ୍ଚର୍ଯ୍ୟଜନକ ।

ନିଯୁକ୍ତିପତ୍ର ବଣ୍ଟା ଯାଉଛିମାନେ, ଚାକିରି ଆଶାୟୀଧରି ନେଇଛନ୍ତି ତାଙ୍କୁ ବି ଦିନେ ସୁଯୋଗ ମିଳିବ । ପର୍ଯ୍ୟାୟକ୍ରମେ ଚାକିରି ଦିଆଯାଉଛି, ଆଉ ତାଙ୍କର ମଧ୍ୟ ପାଳି ପଡ଼ିବ । ମେଳା ଓ ପର୍ବ ଜରିଆରେ ନିଯୁକ୍ତିପତ୍ର ବାଣ୍ଟାଯାଉଛି ବୋଲି ବିଜ୍ଞାପନ ମଧ୍ୟ ପ୍ରକାଶ ପାଉଛି । ବଣ୍ଟା ଯିବାକୁ କିଛି ଆଶାୟୀ ଏଭଳି ଗ୍ରହଣ କରିଛନ୍ତି ଯେ, ଯେମିତି ମାଗଣାରେ ସରକାର ଚାକିରି ବଣ୍ଟାଯାଉଛି ।

ଅନେକ ନିଯୁକ୍ତି ଆଶାୟୀଙ୍କ ଦ୍ୱନ୍ଦ୍ୱ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଜଗାର ମେଳା ଓ ନିଯୁକ୍ତି ପର୍ବ ଜାରିରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପାରା ମିିଲିଟାରୀ ଫୋର୍ସରେ ଚାକିରି ପାଇଁ ମନୋନୀତ ହୋଇଥିବା ୫୧ ହଜାର ୧୦୬ ପ୍ରାର୍ଥୀଙ୍କୁ ରୋଜଗାର ମେଳାର ଅଷ୍ଟମ ସଂସ୍କରଣରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଅମୃତକାଳରେ ଦେଶର ସୁରକ୍ଷା ଓ ସେବା ପାଇଁ ନିଯୁକ୍ତି ମିଳିଥିବାରୁ ଚାକିରି ପାଇଥିବା ଯୁବକଙ୍କୁ ଅମୃତ ରକ୍ଷକ ବୋଲି ଅବିହିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନିଯୁକ୍ତି ପର୍ବର ଆୟୋଜନ କରାଯାଇଛି । ଏହି ପର୍ବ ଜରିଆରେ ଉଚ୍ଚଶିକ୍ଷା ବିଭାଗ ଓ ଗୃହ ବିଭାଗରେ ୩୪୫ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି । ୨୬୨ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ୮୩ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ନିଯୁକ୍ତିପତ୍ର ସେହି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଉଛି, ଯେଉଁମାନେ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତି । ଅର୍ଥାତ୍ ନିଯୁକ୍ତି ପାଇଁ ହେଉଥିବା ସମସ୍ତ ପ୍ରକ୍ରିୟାରେ କୃତକାର୍ଯ୍ୟ ହେବା ପରେ ଏହି ନିଯୁକ୍ତି ମେଳା ଓ ପର୍ବରେ ନିଯୁକ୍ତିପତ୍ର ଦିଆଯାଉଛି ।