କନକ ବ୍ୟୁରୋ: ସୋମବାର ଆନ୍ଧପ୍ରଦେଶ ତିରୁପତିର ପ୍ରସିଦ୍ଧ ତିରୁମାଲା ମନ୍ଦିରରେ ପହଁଚି ପ୍ରଭୁ ଭେଙ୍କେଟେଶ୍ୱରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପାରମ୍ପାରିକ ଦକ୍ଷିଣଭାରତୀୟ ପୋଷାକ ପରିଧାନ କରି ମୋଦୀ ସକାଳୁ ସକାଳୁ ମନ୍ଦିରରେ ପହଁଚିଥିଲେ । ପୂର୍ବ ନିର୍ଦ୍ଦାରିତ ସମୟ ଓ କାର୍ଯ୍ୟସୂଚୀ ଅନୁଯାୟୀ ପୂଜାପାଠ କରାଯାଇଥିଲା । ପ୍ରଭୁ ଭେଙ୍କେଟେଶ୍ୱରଙ୍କ ଦର୍ଶନ ସହ ଆର୍ଶୀବାଦ ଭିକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ୧୪୦କୋଟି ଭାରତୀୟଙ୍କ ସୁଖ, ସମୃଦ୍ଧି, ସୁରକ୍ଷା, କଲ୍ୟାଣ ପାଇଁ ସେ ପ୍ରାର୍ଥନା କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା ଶେଷ କରିବା ପରେ ବିଶାଳ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଭୟ ବିଆରଏସ ଓ କଂଗ୍ରେସକୁ ରୋଗ ସହ ତୁଳନା କରିବା ସହ ରାଜ୍ୟକୁ ରୋଗଗସ୍ତ ନକରାଇ ପଦ୍ମ ଫୁଟେଇବାକୁ ତେଲେଙ୍ଗାନବାସୀଙ୍କୁ ଅପିଲ କରିଛନ୍ତି ମୋଦୀ ।

ତେଲେଙ୍ଗାନା ବିଧାନସଭା ନିର୍ବାଚନ, ୫ ବିଧାନସଭା ନିର୍ବାଚନ ମଧ୍ୟରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ହେବାକୁ ଯାଉଛି । ଏଠାରେ ଦିମୁଖୀ କି ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ବିଜେପି, କଂଗ୍ରେସ, ବିଆରଏସ । ସେପଟେ ଚର୍ଚ୍ଚା ହେଉଛି ବିଆରଏସକୁ ସମର୍ଥନ ଦେଇପାରେ ଏଆଇଏମଆଇଏମ । ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଧିନ ଔୱେସୀ କହିଛନ୍ତି ବିଜେପି ମୁସଲିମ ଭୋଟ ଉପରେ ରାଜନୀତି କରୁଛି । କିନ୍ତୁ ରାଜ୍ୟବାସୀଙ୍କ ବିଶ୍ୱାସ ଭାଜନ ହୋଇ ପୁଣି ଥରେ କେସିଆର ମୁଖ୍ୟମନ୍ତ୍ରୀ ହେବେ ।

ମତଦାନକୁ ଅଳ୍ପକିଛି ଦିନ ବାକି ରହିଛି । ଏହା ପୂର୍ବରୁ ବିଆରଏସ ସରକାରଙ୍କୁ ଲାଗିଛି ବଡ ଝଟକା । ଚାଷୀଙ୍କୁ ଦିଆଯାଉଥିବା ନଗଦ ସହାୟତ ସ୍କିମ ରାୟତୁ ବନ୍ଦକ ଉପରେ ରୋଗ ଲଗାଇଛନ୍ତି ନିର୍ବାଚନ କମିଶନ । ଆଦର୍ଶ ନିର୍ବାଚନ ଆରଚଣ ବିଧି ଉଲ୍ଲଂଘନ ପରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି । ବିଆରଏସ ବିରୋଧରେ କମିଶନଙ୍କ ନିକଟରେ ଅଭିଯୋଗ ଆଣିଛି କଂଗ୍ରେସ ।

୫ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ୪ଟି ରାଜ୍ୟରେ ଭୋଟଦାନ ଶେଷ ହୋଇଛି । ଡିସେମ୍ବର ୩୦ରେ ୧୧୯ ଆସନ ଉପରେ ଭୋଟ ଦେବ ତେଲେଙ୍ଗାନା । କୁହାଯାଉଛି ଲୋକସଭା ନିର୍ବାଚନ ପୂର୍ବର ୫ରାଜ୍ୟ ନିର୍ବାଚନ ସେମିଫାଇନାଲ ହେବ । ତେବେ କାହା ହାତକୁୁ କେଉଁ ରାଜ୍ୟ ଆସୁଛି ସେକଥା ଡିସେମ୍ବର ୩ ଫଳାଫଳରେ ଜଣାପଡିବ