କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚି ସିଧା ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସିଧା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କାର୍ଯ୍ୟାଳୟ ପରିସରରେ ସୁୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ରାଜ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏପରିକି କାର୍ଯ୍ୟକର୍ତ୍ତା ବ୍ୟାପକ ପ୍ରସ୍ତୁତି କରିଛନ୍ତି । ରାଜ୍ୟ ବିଜେପି ନିର୍ବାଚନ ପରିଚାଳନା ସମିତି କର୍ମକର୍ତାଙ୍କୁ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେବେ । ପାଖାପାଖି ୨ ଘଣ୍ଟା ଯାଏଁ ମୋଦି କର୍ମୀଙ୍କୁ ମନ୍ତ୍ର ବାଣ୍ଟିବେ ଯାହାକୁ ନେଇ ବିଜେପି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।
ଏପଟେ ଆସନ୍ତାକାଲି ପୁରୀରେ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ । ଗସ୍ତ ପୂର୍ବରୁ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ମୋଦୀଙ୍କ ପୂଜାର୍ଚ୍ଚନାର ଘଂଟାଏ ପୂର୍ବରୁ ବନ୍ଦ ରହିବ ସାଧାରଣ ଦର୍ଶନ । ଏହାପରେ ସକାଳ ୮ରୁ ୯ ଯାଏ ରହିଛି ରୋଡ ଶୋ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/Screen-Shot-2024-05-19-at-7.02.03-PM.png)