କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆନ୍ଧ୍ରରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ଓଡିଶାରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ଭିତରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିଛନ୍ତି । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ, ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଜନତା ମୈଦାନ ଯିବେ ମୋଦୀ । ତେବେ ଆଜି ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଶପଥ ଗ୍ରହଣ କରିବେ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅମିତ ଶାହା, ରାଜନାଥ ସିଂହଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ ।