ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଲେ, ଭଗବାନ ରାମ ଭାରତୀୟ ନୁହେଁ ନେପାଳି ଥିଲେ : ଭାରତ ନୁହେଁ, ନେପାଳରେ ରହିଛି ପ୍ରକୃତ ଅଯୋଧ୍ୟା

623

କନକ ବ୍ୟୁରୋ : ପ୍ରକୃତ ଅଯୋଧ୍ୟା ଭାରତରେ ନୁହେଁ ବରଂ ନେପାଳରେ ରହିଛି ଏବଂ ଭଗବାନ ରାମଚନ୍ଦ୍ର ଭାରତୀୟ ନୁହଁନ୍ତି, ସେ ଜଣେ ନେପାଳୀ । ଏଭଳି ବିବାଦୀୟ ବୟାନ ରଖିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଭାରତ ବିରୋଧୀ ଆଭିମୁଖ୍ୟ ରଖିଥିବା ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ଏହି ବିବାଦୟ ମନ୍ତବ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବରୁ ନେପାଲ ଭାରରତର ଲିପୁଲେଖ, କାଲାପାଣି ଓ ଲିମ୍ଫିଆଦୁରା ନେପନିଜ ମାନଟିତ୍ରରେ ଦର୍ଶାଇ ବିବାଦ ସୃଷ୍ଟି କରିଥିଲା ।

ନେପାଳ ଜାରି କରିଥିବା ଏହି ନୂତନ ମାନଚିତ୍ରକୁ ନେପାଳ ସଂସଦ ମଂଜୁର କରିଥିଲ।। ଭାରତର ଏହି ୩ଟି ଭୂଖଣ୍ଡକୁ ନିଜର ଦାବି କରିବା ପରେ ଏବେ ଅଯୋଧ୍ୟା ଓ ପ୍ରଭୁ ରାମଚନ୍ଦ୍ରକୁ ତାଙ୍କର ବୋଲି ଓଲି କହିଛନ୍ତି । ଗତ ସପ୍ତାହରେ ନେପାଳ ସରକାର ଦୂରଦର୍ଶନ ବ୍ୟତୀତ ସମସ୍ତ ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ ପ୍ରସାରଣକୁ ବନ୍ଦ କରିଦେଇଛନ୍ତି । ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଉଠିବାରେ ଲାଗିଛିା