ମହାରାଷ୍ଟ୍ରରେ ପିଏମ୍ ଆବାସ ଯୋଜନାର ଉଦଘାଟନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ: ଲୁହ ଛଳ ଛଳ ଆଖିରେ ମନେ ପକାଇଲେ ତାଙ୍କ ପିଲା ଦିନ

99

କନକ ବ୍ୟୁରୋ: ଭାବ ବିହ୍ୱଳ ହୋଇ ଆଖି ଛଳଛଳ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆବାସ ଯୋଜନାର ଏକ ସୋସାଇଟିକୁ ଉଦ୍ଘାଟନ କରିବା ବେଳେ ନିଜ ପିଲାଦିନର କଥା ମନେ ପକାଛନ୍ତି ମୋଦି । ଅସହାୟ ବ୍ୟକ୍ତିଙ୍କୁ ପକ୍କା ଘର ଦେବା ବେଳେ ନିଜ ପିଲାଦିନେ ଭୋଗିଥିବା ସମସ୍ୟାକୁ ମନେ ପକାଇ କାନ୍ଦି ପକାଇଛନ୍ତି ପ୍ରଧାନମନ୍ତ୍ରୀ । ମହାରାଷ୍ଟ୍ରର ସୋଲାପୁରରେ ଆଜି ଏକ ସୋସାଇଟ୍ ପାଇଁ ପିଏମ୍ ଆବାସ ଯୋଜାନରେ ନିର୍ମିତ କୋଠାକୁ ଉଦ୍ଘାଟନ କରିଛନ୍ତି ମୋଦି । ଏତିକି ବେଳେ ଲୋକଙ୍କ ଉଦେଶ୍ୟରେ ଉଦ୍ବୋଧନ ଦେଇ କାନ୍ଦି ପକାଇଛନ୍ତି । କୋହ ଭରା କଣ୍ଠରେ ଏହି କୋଠାକୁ ଦେଖିଲେ ତାଙ୍କ ମନକୁ ଶାନ୍ତି ମିଳୁଛି । ହଜାରେ ଲୋକଙ୍କ ସ୍ୱପ୍ନ ସାକାର ହୋଇଛି । ଏହି ଘରେ ଆସନ୍ତା ୨୨ ତାରିଖ ସଂଧ୍ୟାରେ ରାମ ଜ୍ୟୋତି ଜାଳିବା ସହ ମୋବାଇଲ ଫୋନ ଫ୍ଲାସ ଲାଇଟ୍ ଅନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।