ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର: ନିଯୁକ୍ତି ପାଇଲେ ୭୦ ହଜାର ଯୁବକ ଯୁବତୀ

238

କନକ ବ୍ୟୁରୋ: ପୁଣି ଥରେ ଦେଶର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଟିଂଲେ ପ୍ରଧାନମନ୍ତ୍ରୀ । ରୋଜଗାର ମେଳାରେ ଏଥରକ ୭୦ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ମୋଦୀ ନିଯୁକ୍ତି ପତ୍ର ବାଟିଂଛନ୍ତିା ଦେଶର ଯୁବଗୋଷ୍ଠିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀୀ ୨୫ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସରକାର ଓ ଜନତାଙ୍କ ସାମ୍ନାରେ ବଡ ଲକ୍ଷ୍ୟ ରହିଛି ।

ପୁଣି ଥରେ ଦେଶର ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ବାଂଟିଛନ୍ତି ନିଯୁକ୍ତି ପତ୍ର । ରୋଜଗାର ମେଳା ମାଧ୍ୟମରେ ଯୁବକ ଯୁବତୀଙ୍କୁ ବିଭିନ୍ନ କ୍ଷେତ୍ର ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି । ମୋଟ୍ ୭୦ ହଜାର ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଂଟାଯାଇଛି । ଭିଡିଓ କନଫରନେସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଡି ହୋଇ ୭୦ ହଜାର ଜଣଙ୍କୁ ଏହି ନିଯୁକ୍ତି ପତ୍ର ବାଂଟିଛନ୍ତି । ତେବେ ମଙ୍ଗଳବାର ସାରା ଦେଶର ୪୩ଟି ସ୍ଥାନରେ ମୋଦୀ ସରକାର ବାଂଟିଛନ୍ତି ଏହି ନିଯୁକ୍ତି ପତ୍ର । ନବ ନିଯୁକ୍ତ କର୍ମୀମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ନିଜେ ନିଜେ ପ୍ରଶିକ୍ଷିତ ହେବା ପାଇଁ ସୁଯୋଗ ପାଉଛନ୍ତି ।

ଅନ୍ୟପଟେ ରୋଜଗାର ମେଳା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ରୋଜଗାର ମେଳା ଏବେ ଏନଡ଼ିଏ-ବିଜେପି ସରକାରର ନୂଆ ପରିଚୟ ପାଲଟିଗଲାଣି । ବିଜେପି ଶାସିତ ସରକାରରେ ଏଭଳି ରୋଜଗାର ମେଳାର ଆୟୋଜନ କରାଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।

ନୂତନ ଭାବେ ନିଯୁକ୍ତି ପତ୍ର ପାଉଥିବା ଯୁବକ ଯୁବତୀମାନେ ଆର୍ଥିକ ସେବା, ଡାକ ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ପରମାଣୁ ଶକ୍ତି ବିଭାଗ, ଅଡିଟ ଓ ଆକାଉଂଟସ ବିଭାଗ ସମେତ ବିଭିନ୍ନ ବିଭାଗରେ ସରକାରୀ ସ୍ତରରେ ନିଯୁକ୍ତି ପାଇବେ । ରୋଜଗାର ସୃଷ୍ଟିକୁ ଅଗ୍ରାଧିକାର ଦେଇ ମୋଦୀ ସରକାର ଏହିପରି ରୋଜଗାର ମେଳାର ଆୟୋଜନ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗତ ବର୍ଷ ୨୨ ଅକ୍ଟୋବରେ ୧୦ ଲକ୍ଷ ଯୁବପିଢ଼ୀଙ୍କୁ ସରକାରୀ ନିଯୁକ୍ତି ଦେବାକୁ ଅଭିଯାନ ଆରମ୍ଭ କରି୍ଥିଲେ ।

ଏହି ନିଯୁକ୍ତି ମେଳା ରୋଜଗାର ସୃଷ୍ଟିର ଏକ ଅନନ୍ୟ ପଦକ୍ଷେପ ଓ ପ୍ରୟାସ । ଏହା ଯୁବପୀଢିଙ୍କୁ ସଶକ୍ତିକରଣ କରିବା ସହ ଜାତୀୟ ବିକାଶରେ ସୁଯୋଗ ପ୍ରଦାନ କରିବ ବୋଲି ଆଶା ରହିଛି ।