ନିଜ ପଦରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା । ଇସ୍ତଫାର କାରଣ ଅସ୍ପଷ୍ଟ ଥିବା ବେଳେ ସିହ୍ନାଙ୍କ ବ୍ୟକ୍ତିଗତ କାରଣ ଥିବା ଆଲୋଚନା ।

584

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା ଆଜି ହଠାତ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ କାହିଁକି ଇସ୍ତଫା ଦେଲେ ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ପଛରେ ସିହ୍ନାଙ୍କ ବ୍ୟକ୍ତିଗତ କାରଣ ଥିବ କୁହାଯାଉଛି । ସିହ୍ନା ମୋଦି ସରକାରଙ୍କ କ୍ୟାବିନେଟ ସଚିବ ପାହ୍ୟାରେ ରହିଥିଲେ । ୨୦୧୯ ଅଗଷ୍ଟ ୩୦ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ଓଏସଡି ଭାବେ ନିଯୁୁକ୍ତି ମିଳିଥିଲା ।

୨୦୧୯ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟ ପରାର୍ମଶଦାତାଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୯୭୮ମସିହାର ଅବସରପ୍ରାପ୍ତ ଆଇଏଏସ ଅଫିସର ପିକେ ସିହ୍ନା କ୍ୟାବିନେଟ ସଚିବ ହେବା ପୂର୍ବରୁ ଶକ୍ତି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ । ଅର୍ଥନୀତିରେ ପିଜି କରିଥିବା ବେଳେ ଏମଫିଲ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ପିକେ ସିହ୍ନା କେନ୍ଦ୍ର ଓ ଉତରପ୍ରଦେଶ ସରକାରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିସାରିଛନ୍ତି ।

ତେବେ ସେ କାହିଁକି ହଠାତ୍ ଇସ୍ତଫା ଦେଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୋଦୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ପିକେ ସିହ୍ନା ୟୁପିଏ ସରକାରରେ ମଧ୍ୟ ୪ଟି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟ କରିଥିଲେ । ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ସିହ୍ନାଙ୍କୁ ଶକ୍ତି ମନ୍ତ୍ରଣାଳୟର ସଚିବ କରାଯାଇଥିଲା । ସେହିପରୀ ସେ ୪ବର୍ଷ ଧରି କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।