କନକ ବ୍ୟୁରୋ: ଲକ୍ଷ ଲକ୍ଷ ଦୀପ ଜାଳି ଅଯୋଧ୍ୟା ନଗରୀ ପାଳୁଛି ଦୀପୋତ୍ସବ । ଆଉ ରାମମୟ ହୋଇଛି ଅଯୋଧ୍ୟା ନଗରୀ । ଦୀପ ଆଲୁଅରେ ଆଲୋକିତ ହୋଇଛି ୪୦ଟି ଘାଟ । ଆଉ ମଞ୍ଚ ଉପରେ ଉପସ୍ଥିତ ଭଗବାନ ଶ୍ରୀରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ପ୍ରତୀକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ମୁଣ୍ଡରେ ଚନ୍ଦନ ଟୋପା ଲଗାଇବା ସହିତ ଆଳତି କରିଛନ୍ତି । ଆଉ ରାମନଗରରୀ ଏହି ପରିବେଶ ଏବେ ତ୍ରେତାୟାର ଭ୍ରମ ସୃଷ୍ଟି କରିଛି । ମଞ୍ଚ ଉପରକୁ ଆସିବା ପୂୂର୍ବରୁ ସ୍ୱତନ୍ତ୍ର ହେଲିକପ୍ଟର ବା ପୁଷ୍ପକ ବିମାନ ଯୋଗେ ଆସିଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର ।
ଦୀପୋତ୍ସବ ପାଇଁ ଅଯୋଧ୍ୟାରେ ପ୍ରାୟ ୧୮ ଲକ୍ଷ ମାଟି ଦୀପ ଜଳାଯାଇଛି । ସରାୟୁ ନଦୀ ନିକଟରେ ୨୨ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ମାଟି ଦୀପ ଜଳାଇଛନ୍ତି । ଅନ୍ୟ ସ୍ଥାନରେ ମଧ୍ୟ ଦୀପ ଜଳିଛି । ଦୀପୋତ୍ସବ ଅବସରରେ ଲେଜର ସୋ’ର ଆୟୋଜନ କରାଯାଇଛି ।
ୟୁପିରେ ଯୋଗୀ ସରକାର ଆସିବା ପରେ ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ୨୦୧୭ରେ ୧ ଲକ୍ଷ ୮୦ ହଜାର, ୨୦୧୮ରେ ୩ ଲକ୍ଷ ୧ ହଜାର ୧୫୨, ୨୦୧୯ରେ ୫ ଲକ୍ଷ ୫୦ ହଜାର, ୨୦୨୦ରେ ୫ ଲକ୍ଷ ୫୧ ହଜାର, ୨୦୨୧ରେ ୯ ଲକ୍ଷ ୪୧ ହଜାର ୫୫୧, ୨୦୨୨ରେ ୧୮ ଲକ୍ଷରୁ ଅଧିକ ଦୀପ ଜାଳି ଦୀପୋତ୍ସବ ଆୟୋଜନ ହୋଇଛି । ଚଳିତଥର ଏହା ଷଷ୍ଠ ଦୀପୋତ୍ସବ । ଏକକାଳୀନ ୧୮ ଲକ୍ଷ ମାଟି ଦୀପ ଜାଳି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଯୋଗୀ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/19-12.jpg)