ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲର ନୂଆ ପଦକ୍ଷେପ । ଗାଜା ପଟିରେ ପଶି ଔଫିର କଲୋନୀର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ

357

କନକ ବ୍ୟୁରୋ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ସାମୟିକ ଭାବେ ବନ୍ଦ ରହିଛି । ଉଭୟ ଦେଶ ମଧ୍ୟରେ କିଛି ଚୁକ୍ତିନାମା ହୋଇଛି । ହମାସ୍ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରୁଥିବାବେଳେ ଇସ୍ରାଏଲ୍ ୧୫୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ । ବନ୍ଧକ ମୁକ୍ତ ହେବା ମଧ୍ୟରେ ଇସ୍ରାଏଲ୍ ପାଲେଷ୍ଟାଇନରେ ଏକ ନୂଆ ପଦକ୍ଷେପ ନେଇଛି । ଇସ୍ରାଏଲ୍ ଗାଜାରେ ଏକ ଔଫିର ନାମରେ ଏକ କଲୋନୀ ନିର୍ମାଣ ଆରମ୍ଭ କରିଛି । ଯାହାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ ଉଦଘାଟନ କରିଛନ୍ତି । ସେ ନିଜେ ଆସି ଏହି ଔଫିର କଲୋନୀର ଉଦଘାଟନ କରିଛନ୍ତି । ଇସ୍ରାଏଲର ଔଫିର ନାମକ ଏହି କଲୋନୀ ଗାଜା ପଟିରେ ନିର୍ମାଣ କରାଯାଉଛି । ରାତିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣରେ ନିହତ ହୋଇଥିବା ଇସ୍ରାଏଲର ଉପନିବେଶକାରୀ ଓଫିର ଲେବେନଷ୍ଟାଇନଙ୍କ ନାମରେ ଏହି ନୂଆ କଲୋନୀ ପ୍ରତିଷ୍ଠା ହେବ । କୁହାଯାଉଛି ଯେ କେବଳ ଏହି କଲୋନୀ ନୁହେଁ ବରଂ ଆଗାମୀ ସମୟରେ ଆହୁରି ଅନେକ କଲୋନୀ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି ଯେ ଇସ୍ରାଏଲ ଏହି ନୂଆ ଉପନିବେଶରେ ୟେହୁଦ୍ଦିଙ୍କୁ ବସାଇବା ପାଇଁ ଯୋଜନା କରୁଛି ।

ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ଇସ୍ରାଏଲ୍ ସ୍ପଷ୍ଟ କରିସାରିଛି ଯେ ଅସ୍ତ୍ରବିରତି ଉଲ୍ଲଂଘନ ପରେ ଏହା ପୁଣି ଆକ୍ରମଣ ଆରମ୍ଭ କରିବ । ଇସ୍ରାଏଲ୍ ସ୍ପଷ୍ଟ ଭାବରେ କହିଛି ଯେ ହାମାସ ନହଟାଯିବା ପର୍ଯ୍ୟନ୍ତ ଯୁଦ୍ଧ ଶେଷ କରିବ ନାହିଁ   ।