ବାଲେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଡାକ୍ତରଖାନାରେ ଆହତଙ୍କୁ ଭେଟିବେ ମୋଦୀ

233

କନକ ବ୍ୟୁରୋ: ଆହତଙ୍କୁ ଭେଟିବା ପାଇଁ ବାଲେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବାହାନଗାରେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଡାକ୍ତରଖାନା ଅଭିମୁଖେ ଯାଇଛନ୍ତି ମୋଦୀ । ସେଠାରେ ସେ ଦୁର୍ଘଟଣାରେ ଆହତଙ୍କୁ ଭେଟିବେ । ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ପରଦର୍ଶନ କରିବା ପରେ ରେଳବିଭାଗର ଅଧିକାରୀ ତାଙ୍କୁ ଦୁର୍ଘଟଣା ବାବଦରେ ବିସ୍ତୃତ ତଥ୍ୟ ଦେଇଥିଲେ । ଏହା ପରେ ସେ ବାଲେଶ୍ୱରରେ ପହଞ୍ଚିଛନ୍ତି । ଏଠାରୁ ସେ କଟକ ଆସି ଏସସିବିରେ ଆହତଙ୍କୁ ଭେଟିବେ । ଏହି ଦୁର୍ଘଟଣାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ବିଭିନ୍ନ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଜାରିରହିଛି ।