ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ । ମାଛକୁଣ୍ଡ ଅଞ୍ଚଳରୁ ଲାଲ ବାହାଦୁର ଦରଜିଙ୍କୁ ଗିରଫ କଲା ପୋଲିସ

ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ । ମାଛକୁଣ୍ଡ ଅଞ୍ଚଳରୁ ଲାଲ ବାହାଦୁର ଦରଜିଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ଜୟପୁରରେ ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍ମର୍ମ ଅଭିଯୋଗ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଲାଲ ବାହାଦୂର ଦରଜିକୁ ପୋଲିସ ମାଛକୁଣ୍ଡ ଅଂଚଳରୁ ଧରିବାରେ ସଫଳ ହୋଇଛି । ଲାଲ ବାହାଦୂର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଗତ ୨୪ ତାରିଖରେ ଜୟପୁର ସହର ନିକଟ ବ୍ରାହ୍ମଣୀ ଗାଁରେ ଜଣେ ମହିଳାଙ୍କୁ ୨ ଜଣ ଅଭିଯୁକ୍ତ ଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମହିଳାଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ । ଗତ ୪ ତାରିଖରେ ଜଣେ ଅଭିଯୁକ୍ତ ମୀନ ବାରିକକୁ ପୋଲିସ ସୀମାନ୍ତ ପଡୁଆ ଜଙ୍ଗଲରୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe