ଧରାପଡିଲା ଆତଙ୍କ ଖେଳାଇଥିବା କେବିଏନ ଗ୍ରୁପର ମୁଖ୍ୟ ବୁବୁ ଜେନା : ନୟାପଲ୍ଲୀ ଥାନା ପୋଲିସ କଲା ଗିରଫ

152

କନକ ବ୍ୟୁରୋ : ଧରାପଡ଼ିଲା ରାଜଧାନୀରେ ଆତଙ୍କ ଖେଳାଉଥିବା କେବିଏନ୍ ଗ୍ରୁପର ମୁଖ୍ୟ ବୁବୁ ଜେନା । ମୁଖ୍ୟ ଅଭିଯୁକ୍ତ ବୁବୁ ଜେନାକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଅନେକ ମାମଲାରେ ସେ ମୋଷ୍ଟ ୱାଣ୍ଡେଡ୍ ଥିଲା । ଦୀର୍ଘ ଦିନ ହେବ ପୋଲିସକୁ ଚକ୍ମା ଦେଇ ଫେରାର ହୋଇ ଯାଇଥିଲା । ପୂର୍ବରୁ ପୋଲିସ ବୁବୁ ଜେନାର ଜିପକୁ ଜବତ କରିଥିଲା । ଯେଉଁ ଜିପକୁ ବ୍ୟବହାର କରି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୁବୁ ଜେନା ଭୟ ବଢାଇଲା ଭଳି ଭିଡିଓ ସବୁ ତିଆରି କରୁଥିଲା । ଏହା ସହ ପୂର୍ବରୁ ଏହି ଗ୍ୟାଙ୍ଗର ୪ରୁ ଅଧିକ ଯୁବକଙ୍କୁ ପୋଲିସ ଗିରଫ କରିଥିଲା ।