କନକ ବ୍ୟୁରୋ : ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମାଙ୍କ ଆତ୍ମହତ୍ୟା ଉଦ୍ୟମ । ରିମାଣ୍ଡରେ ଥିବା ଅମିତ୍ ରିଜର୍ଭ ବାଟାଲିଅନ ବାଥରୁମର କାଚ ଭାଙ୍ଗି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ତାକୁ ମେଡିକାଲ ନେଇଛି ପୋଲିସ । ଗତକାଲି ଅଭିଯୁକ୍ତର ରିମାଣ୍ଡ ଅବଧି ଶେଷ ହୋଇଥିଲା ବେଳେ ଆଜି ତାକୁ କୋର୍ଟରେ ହାଜର କରାଯାଇଥାନ୍ତା । କିନ୍ତୁ ଏହା ପୂର୍ବରୁ ସେ ଏଭଳି ପଦକ୍ଷେପ ଉଠାଇଛି ।

Advertisment

ବାଥରୁମରେ ଥିବା ଦର୍ପଣ କାଚରେ ଅମିତ୍ ପ୍ରଥମ ନିଜ ବେକକୁ କାଟିଥିଲେ । ପରେ ସେ ନିଜ ହାତକୁ କାଟିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କାବୁ କରିଥିଲା । ତାକୁ ତୁରନ୍ତ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତା’ର ଚିକିତ୍ସା କରାଯିବା ପରେ ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତ ଅମିତର ଆଘାତ ସେତେଟା ଗୁରୁତର ନୁହେଁ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରୱାଲ ହତ୍ୟା ଓ ଅପହରଣ ମାମଲାରେ ଅମିତ ଓ ତା’ର ସହଯୋଗୀକୁ ତିନିଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ରିଜର୍ଭ ବାଟାଲିୟନରେ ରଖିଥିଲା ।