ପାରାଲିସିସ୍ ହେବା କ୍ଷଣି ରୋଗୀର ଏଭଳି ଉପାୟରେ କରନ୍ତୁ ପ୍ରାଥମିକ ଚିକିତ୍ସା । ବଂଚିଯାଇପାରେ ଜୀବନ

625

ରୋଗ ହେବା ପୂର୍ବରୁ ତାହାର ନିରାକରଣ ବିଧି ଜାଣିବା ନିହାତି ଦରକାର । କେଜାଣି ଆପଣଙ୍କ ଛୋଟ ପ୍ରୟାସ କାହାର ଜୀବନକୁ ବଞ୍ଚାଇଦେବ । ନଚେତ ଧୀରେ ଧୀରେ ସେହି ରୋଗ ଏକ ମାରାତ୍ମକ ରୋଗରେ ପରିଣତ ହୋଇଥାଏ । ସେଥିପାଇଁ କୁହାଯାଏ ଅସୁବିଧା ହେବା ପୂର୍ବରୁ ଉପାୟ ପାଂଚିବା ସବୁଠାରୁ ବୁଦ୍ଧିମାନର କାମ । ବୟସ ବଢିବା ସହିତ ରୋଗ ମଧ୍ୟ ବଢିଯାଏ । ଅଙ୍ଗ ପ୍ରତ୍ୟଙ୍ଗର କାର୍ଯ୍ୟ କରିବା କ୍ଷମତା କମିଯାଏ । ଆଉ କେବେ କେବେ ପାରାଲିସିସ ମଧ୍ୟ ହୋଇଯାଏ । ଏହି ରୋଗ ପ୍ରାୟ ୫୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିମାନଙ୍କୁ ହୋଇଥାଏ । କିନ୍ତୁ କେବେ କେବେ କମ ବୟସର ପିଲାମାନଙ୍କୁ ମଧ୍ୟ ଏହି ରୋଗ ହୋଇଥାଏ । ଶରୀରର କୌଣସି ସ୍ଥାନରେ ରକ୍ତ ଜମିଯିବାରୁ କୋଶିକା ଏବଂ ମସ୍ତିଷ୍କର ରକ୍ତପ୍ରବାହ ବନ୍ଦ ହୋଇଯାଏ । ଯେଉଁ କାରଣରୁ ଏହି ସମସ୍ୟା ହୋଇଥାଏ । ଏହା ଦ୍ୱାରା ଶରୀରର ସେହି ଅଙ୍ଗ ଅକାମୀ ହୋଇଯାଏ । କିନ୍ତୁ ସମୟ ପୂର୍ବରୁ ଯଦି ତାହାର ଚିକିତ୍ସା କରାଯାଏ, ତେବେ ଏଥିରୁ ମୁକ୍ତି ମିଳିପାରିବ ।

ହଳଦୀ କାଢା :
ଯେଉଁ ବ୍ୟକ୍ତି ପାରାଲିସିସରେ ଆକ୍ରାନ୍ତ ଅଛନ୍ତି ତାଙ୍କୁ ସଙ୍ଗେ ସଙ୍ଗେ ହଳଦୀର କାଢା କରି ପିଇବାକୁ ଦିଅନ୍ତୁ । ଏହା ସେବନ କରିବା ଦ୍ୱାରା ପାରାଲିସିସରେ ହେଉଥିବା ପୀଡ଼ା ବନ୍ଦ ହୋଇଯାଏ । ଆୟୁର୍ବେଦର ପ୍ରାଚୀନ ପୁସ୍ତକରେ ହଳଦୀକୁ ସବୁଠାରୁ ଶକ୍ତିଶାଳୀ ଏବଂ ମହତ୍ତ୍ୱପୂର୍ଣ୍ଣ ମସାଲା ବୋଲି ବ୍ୟାଖା କରାଯାଇଛି । ହଳଦୀ କ୍ଷୀର ସ୍ୱାସ୍ଥ୍ୟ ପକ୍ଷେ ଅମୃତ ଭଳି କାମ କରିଥାଏ ।

ଲେମ୍ବୁ ରସ :
ପାରାଲିସିସକୁ ରୋକିବା ପାଇଁ ଆଉ ଏକ ପ୍ରାକୃତିକ ଉପଚାର ରହିଛି । ଲେମ୍ବୁ ରସକୁ ନେଇ ନିଜ ପେଟକୁ ସଫା କରନ୍ତୁ । ରୋଗୀର ଏଭଳି ଚିକିତ୍ସା କରନ୍ତୁ ଯେଭଳି ତାଙ୍କ ଶରୀରରୁ ଅଧିକରୁ ଅଧିକ ଝାଳ ନିର୍ଗତ ହେବ । ଝାଳ ହିଁ ଏହି ରୋଗକୁ କମାଇବାରେ ସହାୟକ ହୁଏ ।

ଗରମ ପାନୀୟ ସେବନ :
ପାରାଲିସିସ୍ ରୋଗୀଙ୍କୁ ଗରମ ପାନୀୟର ଅଧିକ ସେବନ କରିବା ଆବଶ୍ୟକ । କିନ୍ତୁ ଦୁର୍ବଳ ହୋଇଥିବା ବ୍ୟକ୍ତି ଏବଂ ରକ୍ତଚାପ ରୋଗୀ ଯାହାଙ୍କୁ ପାରାଲିସିସ୍ କବଳିତ କରିଥାଏ ସେମାନେ ଗରମ ପାନୀୟ କମ୍ କରନ୍ତୁ ।

ଓଦା ମାଟିର ଲେପ ଓ କଟିସ୍ନାନ :
ପାରାଲିସିସ୍ ଆକ୍ରାନ୍ତ ହୋଇଥିôବା ରୋଗୀର ପେଟକୁ ଓଦା ମାଟିର ଲେପ ଲଗାନ୍ତୁ । ଯଦି ପ୍ରତିଦିନ କରିପାରୁନାହାନ୍ତି ତେବେ ଗୋଟିଏ ଦିନ ଛାଡ଼ି ଏଭଳି ଲେପ ଲଗାନ୍ତୁ । ଏହାପରେ ରୋଗୀକୁ କଟିସ୍ନାନ କରାନ୍ତୁ । ଏହି ଉପାୟକୁ କିଛି ଦିନ ଆପଣାଇଲେ ରୋଗୀ ପାରାଲିସିସ୍ ରୋଗରୁ ଭଲ ହୋଇପାରିବେ ।