୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା । ଦାବି ପୂରଣ ନହେଲେ ପୁଣି ଗର୍ଜିବ ସଂଘ ।

1,456

କନକ ବ୍ୟୁରୋ: ପୁଣିଥରେ ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରା ନହେଲେ ଆସନ୍ତା ଜାନୁୟାରୀ ୨୯ ରେ ସାରା ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଆନ୍ଦୋଳନ କୁ ଓହ୍ଲାଇବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ।

ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବାରୁ ପୁଣିଥରେ ଆନ୍ଦୋଳନ ଡାକରା ଦିଆଯାଇଛି । ୩ ଦଫା ଦାବି ନେଇ ପୂର୍ବରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଲକ୍ଷାଧିକ ଶିକ୍ଷକ ଚାରିଦିନ ଧରି ୨୦୨୨ ନଭେମ୍ବରରେ ଆନ୍ଦୋଳନ କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଲେ । ଦାବି ପୂରଣ ପ୍ରତିଶ୍ରୁତି ମିଳିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାସ୍ତାରୁ ଓହ୍ଲାଇ ଥିଲେ । ଡିସେମ୍ବର ଶେଷ ସୁଦ୍ଧା ଦାବି ପୂରଣ କଥା କହିଥିଲେ ସରକାର । ଆସନ୍ତା ମାସରେ କୋଡ଼ ଅଫ କଣ୍ଡକ୍ଟ ଲାଗିବ। କିନ୍ତୁ ଏଯାବତ୍ କିଛି ପ୍ରତିଶ୍ରୁତି ପୁରା କରି ନାହାନ୍ତି ସରକାର । ପ୍ରାଥମିକ କକ୍ଷରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ହେଉନାହିଁ । ଆସନ୍ତା ମାସରେ ନିର୍ବାଚନ କୋଡ଼ ଅଫ କଣ୍ଡକ୍ଟ ଲାଗୁଥିବାର ଅନୁମାନ କରି ଏହି ଆନ୍ଦୋଳନର ଡାକରା ଦେଇଥିବା କହିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ତେବେ ଆନ୍ଦୋଳନ ରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସାମିଲ ହେବେ ।