କନକ ବ୍ୟୁରୋ : ପୁଣି ଏକାଠି ହୋଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ । ନିଜ ନିଜ ଅଞ୍ଚଳର ବିଧାୟକଙ୍କୁ ଦେଉଛନ୍ତି ଦାବିପତ୍ର । ୩ ଦଫା ଦାବି ନେଇ ଏହି ଦାବି ପତ୍ର ଦେଉଛନ୍ତି । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହିତ ୨୦୦୧ରୁ ନିଯୁକ୍ତ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ତଥା ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ନେଇ ଇନକ୍ରିମେଣ୍ଟ ଏବଂ ସୁବିଧା ଦିଆଯାଉ । ମୂଳ ଦରମା ୩୫ ହଜାର ୪୦୦ ଟଙ୍କା ଦିଆଯାଉ ତଥା ପୁରୁଣା ପେନସନ ଲାଗୁ କରିବା ନେଇ ଦାବି ରଖିଛନ୍ତି ।

Advertisment