କନକ ବ୍ୟୁରୋ : ଆଜିଠୁ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ । କେନ୍ଦ୍ରୀୟ ହାରରେ ଦରମା, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କୁ ଏକ୍ସ କ୍ୟାଡରର ହଟାଇବା ପରି ଦାବି ନେଇ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ ଓ ଶିକ୍ଷୟତ୍ରୀ । କାର୍ଯ୍ୟ ବନ୍ଦ କରିବା ସହ ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜାରି ରଖିବେ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ କହିଛି । ପାଖାପାଖି ୧ ଲକ୍ଷରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି । ତେଣୁ ପାଠ ପଢା ଏକ ପ୍ରକାର ଠପ୍ ହେବାକୁ ଯାଉଛି । ବିଭିନ୍ନ ସମସ୍ୟାର ସମାଧାନ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଶିକ୍ଷକ ସଂଘ ଅଗଷ୍ଟ ୫ରୁ ବିଇଓ ଏବଂ ୧୧ ତାରିଖରେ ଡିଇଓ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।