ମେ ୨୪ରୁ ପ୍ରାଥମିକ ଶିକ୍ଷକ ମଞ୍ଚର ଧାରଣା । ଦାବି ପୂରଣ ନେଇ ବିଧାନସଭା ସମ୍ମୁଖରେ ଧାରଣା ଦେବ ସଂଘ ।

198

କନକ ବ୍ୟୁରୋ: ସୋମବାର ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦିନ ୧୧ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୪ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଧାରଣାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ତେବେ ଦାବି ପୂରଣ ନେଇ ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ୬ ବର୍ଷ ପୂରିବାକୁ ଯାଉଥିବାବେଳେ, ପ୍ରାଥମିକ ଶିକ୍ଷକଙ୍କ ୨୮୦୦ ଗ୍ରେଡ୍ ପେ ଦାବି ପୂରଣ ହୋଇନାହିଁ । ଏଥିସହ ୬ ବର୍ଷର ଠିକା ଅବଧିକୁ ମୂଳ ଚାକିରିରେ ଗଣନା ସହ ନେସନାଲ ଇନକ୍ରିମେଣ୍ଟ ଦେବାକୁ ଦାବି କରାଯାଇଥିଲା ।

ବିଦ୍ୟାଳୟ ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକଙ୍କ ପ୍ରତି ବୈମାତ୍ରୁକ ମନୋଭାବଜ ପ୍ରତିବାଦରେ ଆସନ୍ତା  ମେ୨୪ ତାରିଖରେ ଏହି ଧାରଣ ଦିଆଯିବ ବୋଲି କୁହାଯାଇଛି । ତେବେ ପୋଲିସ ପ୍ରଶାସନ ମଧ୍ୟ ଅନୁମତି ମିଳିଥିବାରୁ ଏବେ ଦାବି ପୂରଣ ନେଇ ଶିକ୍ଷକ ମଞ୍ଚ ଆଶାବାଦୀ ଅଛି । ରାଜ୍ୟ ଓ ଜିଲ୍ଲା ନେତୃତ୍ୱମାନେ ଦାବି ପୂରଣ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବାକୁ ସଙ୍କଳ୍ପ ନେଇଛନ୍ତି । ଏହି ବୈଠକ ପରେ ନବ ନିଯୁକ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟିଛନ୍ତି ପ୍ରାଥମିକ ଶିକ୍ଷକ ମଞ୍ଚର ଆବାହକ ମଣ୍ଡଳୀ ।