୧୦ ଦିନ ହେଲାଣି ଆନ୍ଦୋଳନରେ ଶିକ୍ଷକ,ଶିକ୍ଷୟିତ୍ରୀ : କବିତା ମାଧ୍ୟମରେ ସରକାରଙ୍କୁ କଟାକ୍ଷ କଲେ ଶିକ୍ଷୟିତ୍ରୀ

253

କନକ ବ୍ୟୁରୋ : ଶିକ୍ଷକଙ୍କ ଆନ୍ଦୋଳନ ଭିତରେ ଭାଇରାଲ ହେଉଛି ଜଣେ ଶିକ୍ଷୟିତ୍ରୀଙ୍କ ଭିଡିଓ । କବିତା ମାଧ୍ୟମରେ ସରକାରଙ୍କୁ କଟାକ୍ଷ କରିଛନ୍ତି ଶିକ୍ଷୟିତ୍ରୀ ନୀଳିମା ସାହୁ । କବିତା ମାଧ୍ୟମରେ ସ୍କୁଲର ଅସୁବିଧା କହିବା ସହ ତୁରନ୍ତ ଦାବି ପୁରଣ କରିବାକୁ ଅନୁରୋଧ କରିଛନ୍ତି ଶିକ୍ଷୟିତ୍ରୀ ।

୧୦ ଦିନ ହେବ ଆନ୍ଦୋଳନରେ ଆନ୍ଦୋଳନରେ ଶିକ୍ଷକ । ୩ ଦଫା ଦାବି ପୂରଣ ଜିଦରେ ଅଟଳ ଶିକ୍ଷକ । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ଅଭିଭାବକ । ତେଣୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ଅଭିଭାବକ । ଗତ ୮ ତାରିଖରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ୧୧ ତାରିଖରୁ ସାମୁହିକ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୫୦ ହଜାରରୁ ଅଧିକ ସ୍କୁଲର ପ୍ରାୟ ଦେଢ ଲକ୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ।

ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନଦେଇଛନ୍ତି ସେପଯ୍ୟନ୍ତ ଆନ୍ଦୋଳନରୁ ନଓହରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଅନ୍ଦୋଳନକୁ ଦବାଇବାକୁ ସରକାରଙ୍କର ସମସ୍ତ ଚେଷ୍ଟା ଫେଲ ମାରିଛି । ପଥମେ ଆନ୍ଦୋଳନକୁ ଚାପିବାକୁ ଧମକାଇଥିଲେ । ଶିକ୍ଷକଙ୍କ ଉପସ୍ଥାନର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆନ୍ଦୋଳନ କରିବା ପରିବର୍ତ୍ତେ ଆହୁରୀ ବ୍ୟାପକ ହୋଇଛି ।

ବିକଳ୍ପ ବ୍ୟବସ୍ଥା ଭାବେ ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କରିବାକୁ ଯୋଜନା ପ୍ରସ୍ତୁତ କରି ସେଥିରେ ବିଫଳ ହୋଇଥିଲେ । ହାଇସ୍କୁଲ ଶିକ୍ଷକଶିକ୍ଷୟତ୍ରୀ ପ୍ରାଥମିକ ବିଦ୍ୟାଳୟରେ ପଢାଇବା ଅବା ମଧ୍ୟାନଭୋଜନ କାର୍ଯ୍ୟ ବୁଝିବେ ନାହିଁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ରୋକଠୋକ ଶୁଣାଣି ଦେଇଛି ।