କନକ ବ୍ୟୁରୋ: ପୁଣି ଥରେ ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରଣ ନହେଲେ ଜାନୁଆରୀ ୨୯ରୁ ସାରା ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ।
ପୂର୍ବରୁ ୩ ଦଫା ଦାବି ନେଇ ଆନ୍ଦୋଳନ କରିଥିଲା ସଂଘ । ଲକ୍ଷାଧିକ ଶିକ୍ଷକ ୨୦୨୨ ନଭେମ୍ବରରେ ଚାରିଦିନ ଧରି ଆନ୍ଦୋଳନ କରିଥିଲେ । ସେତେବେଳେ ଦାବିପୂରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ହଟିଥିଲେ ଶିକ୍ଷକ । ଗତବର୍ଷ ଡିସେମ୍ବର ସୁଦ୍ଧା ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ସେ କହିଛନ୍ତି । ହେଲେ ଏହି ଦାବି ପୂରଣ ହୋଇନାହିଁ, ତେଣୁ ପୁଣି ଥରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତିି ନେଇଛି ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/teachers-strike.jpg)