କନକ ବ୍ୟୁରୋ : ଧାନ ଅମଳ ବେଳେ ଓଡିଶା ମୁହାଁ ହୋଇଥିଲା ବାତ୍ୟା ଜୱାଦ । ଯଦିଓ ଝଡପବନ ହୋଇନଥିଲା ହେଲେ ଜୱାଦ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଧାନ ସହ ବିଭିନ୍ନ ପ୍ରକାର ପନିପରିବା ଫସଲ ନଷ୍ଟ ହୋଇଯାଇଛି । ତେବେ ଜୱାଦ କ୍ଷୟକ୍ଷତିର ପ୍ରାଥମିକ ଆକଳନ ତୁଳନା ଅନୁସାରେ ଚୂଡାନ୍ତ ରିପୋର୍ଟରେ କ୍ଷୟକ୍ଷତିର ପରିମାଣ କମ୍ ଦର୍ଶାଯାଇଛି ।
ପ୍ରାଥମିକ ଆକଳନ ଅନୁସାରେ, ୧୨ ଜିଲ୍ଲାର ୧୩୧ ବ୍ଲକରେ ୫ ଲକ୍ଷ ୭୮ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ଜଣାପଡିଥିଲା । ରିଲିଫ କୋଡ ଅନୁସାରେ, ୩୩ ପ୍ରତିଶତ କିମ୍ବା ତା ଠାରୁ ଅଧିକ କ୍ଷତି ହୋଇଥିଲେ, କ୍ଷତିପୂରଣ ରାଶି ଦିଆଯିବାର ବ୍ୟବସ୍ଥା ଅଛି । ସେହି ଆଧାରରେ ଯେଉଁ ରିପୋର୍ଟ ଦିଆଯାଇଛି, ସେଥିରେ କ୍ଷତିର ପରିମାଣ କମି ଯାଇଛି । ସାନି ରିପୋର୍ଟରେ କୁହାଯାଇଛି, ୧୨ ଜିଲ୍ଲାର ଶହେ ବ୍ଲକ ପ୍ରଭାବିତ ହୋଇଛି । ୩ ଲକ୍ଷ ୯୪ ହଜାର ୯୧୬ ହେକ୍ଟର ଜମିରେ ଫସଲ କ୍ଷତି ହୋଇଛି । ୧୧ ହଜାର ୯୭୦ଟି ଗାଁ, ୨୮ଟି ସହରାଂଚଳ ଓ ୨୦୩ଟି ୱାର୍ଡ ପ୍ରଭାବିତ ହୋଇଛି ।
ରିପୋର୍ଟ ଅନୁଯାୟୀ, ଗଞ୍ଜାମ ସର୍ବାଧିକ ଏବଂ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ କ୍ଷତି ହୋଇଛି। ଭଦ୍ରକ ଜିଲ୍ଲାର ୭ ବ୍ଲକ୍ ଅନ୍ତର୍ଗତ ୯୩୧ ଗାଁ, ୪ ସହରର ୪୯ ଓ୍ବାର୍ଡର ୪୩ ହଜାର ୩୮୪.୭୨ ହେକ୍ଟର୍, କଟକ ଜିଲ୍ଲାର ୧୧ବ୍ଲକ୍ର ୧୨୯୮ ଗାଁ, ଗୋଟିଏ ସହରର ୩ ଓ୍ବାର୍ଡର ୪୩ ହଜାର ୫୧୫.୯୧ ହେକ୍ଟର୍, ଢେଙ୍କାନାଳ ଜିଲ୍ଲା ୩ ବ୍ଲକର ୭୩ ଗାଁର ୪୮୮.୫୦ ହେକ୍ଟର୍, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ର ୨୩୮୨ ଗାଁ, ୧୪ଟି ସହରର ୫୪ ଓ୍ବାର୍ଡର ୬୯ ହଜାର ୪୨୭.୫୮ ହେକ୍ଟର୍, ଜଗତସିଂହପୁର ଜିଲ୍ଲାର ୮ଓ୍ବାର୍ଡର ୧୦୯୩ ଗାଁ, ଗୋଟିଏ ସହରାଞ୍ଚଳ ୨୦ ଓ୍ବାର୍ଡର ୩୧ ହଜାର ୯୧୩.୫୦ ହେକ୍ଟର, ଯାଜପୁର ଜିଲ୍ଲାର ୪ଟି ଓ୍ବାର୍ଡର ୪୪୨ ଗାଁର ୨୧ ହଜାର ୦୫୪.୮୨ ହେକ୍ଟର, କେନ୍ଦ୍ରାପଡ଼ାର ୯ ଜିଲ୍ଲାର ୧୧୧୩ ଗାଁ, ୨ଟି ସହରାଞ୍ଚଳର ୨୦ଟି ଓ୍ବାର୍ଡର ୫୧ ହଜାର ୬୬୪.୨୬ ହେକ୍ଟର, କେନ୍ଦୁଝର ଜିଲ୍ଲା ଗୋଟିଏ ଓ୍ବାର୍ଡର ୮ ଗାଁର ୧୪୦ ହେକ୍ଟର, ଖୋର୍ଧା ଜିଲ୍ଲା ୧୦ ବ୍ଲକର ୧୩୯୯ ଗାଁ, ୨ଟି ସହରର ୨୮ ଓ୍ବାର୍ଡ ଅନ୍ତର୍ଗତ ୫୩ ହଜାର ୯୨୫.୦୨ ହେକ୍ଟର, ମୟୂରଭଞ୍ଜ ଜିଲ୍ଲା ୧୦ ବ୍ଲକର ୧୨୩୩ ଗାଁର ୯୩୦୨.୮୬ ହେକ୍ଟର, ନୟାଗଡ଼ ଜିଲ୍ଲା ୫ ବ୍ଲକର ୮୮୦ ଗାଁ, ୨ଟି ସହରାଞ୍ଚଳର ୧୭ଟି ଓ୍ବାର୍ଡର ୨୮ ହଜାର ୩୯୯.୫୩ ହେକ୍ଟର, ପୁରୀ ଜିଲ୍ଲା ୧୦ଟି ବ୍ଲକ ଅନ୍ତର୍ଗତ ୧୧୧୮ ଗାଁ, ୨ଟି ସହରାଞ୍ଚଳର ୧୨ଟି ଓ୍ବାର୍ଡର ୪୧ ହଜାର ୬୯୯.୬୧ ହେକ୍ଟର କ୍ଷତି ହୋଇଛି।