ବାରାଣସି ପୂଜାରୀଙ୍କ ମାସିକ ଦରମା ୯୦ ହଜାର । କାଶୀବିଶ୍ୱନାଥ ମନ୍ଦିରରେ ୫୦ ପୂଜାରୀଙ୍କୁ ମିଳିବ ନିଯୁକ୍ତି । ଏମାନଙ୍କ ଦରମା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

458

କନକ ବ୍ୟୁରୋ: ବାରାଣସି ସ୍ଥିତ ଶ୍ରୀକାଶୀବିଶ୍ୱନାଥଙ୍କ ମନ୍ଦିରର ମୁଖ୍ୟ ପୂଜାରୀଙ୍କ ପ୍ରାପ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମୁଖ୍ୟ ପୂଜାରୀଙ୍କ ମାସିକ ଦରମା ୯୦ ହଜାର ଧାର୍ଯ୍ୟ କରାଯାଇଥିବାବେଳେ ଏଠାରେ ଆହୁରି ୫୦ଜଣଙ୍କୁ କନିଷ୍ଠ ତଥା ସହାୟକ ପୂଜାରୀ ଭାବେ ନିଯୁକ୍ତ କରାଯିବ । ଏମାନଙ୍କ ମାସିକ ଦରମା ଯଥାକ୍ରମେ ୮୦ ହଜାର ଓ ୬୫ ହଜାର ଧାର୍ଯ୍ୟ କରାଯାଇଛି । କାଶୀବିଶ୍ୱନାଥ ମନ୍ଦିର ନ୍ୟାସର ୧୦୫ ତମ ବୈଠକରେ ୪୧ ବର୍ଷ ପରେ ପୂଜାରୀ ସେବା ନିୟମାବଳୀକୁ ନେଇ ଏଭଳି ସହମତି ହୋଇଛି ।

ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ହୋଇଛି ଯେ, ପୂଜାରୀଙ୍କର ପାଖାପାଖି ୫୦ଟି ପଦ ରହିବ । ଏଥିରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇ । ଏହା ବ୍ୟତୀତ ସମସ୍ତ ସଂସ୍କୃତ ଛାତ୍ରଙ୍କୁ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ପକ୍ଷରୁ ବିନା ମୂଲ୍ୟରେ ପୋଷାକ ଓ ପୁସ୍ତକ ଦିଆଯିବ । ମନ୍ଦିର ବୋର୍ଡ ପକ୍ଷରୁ ସଂସ୍କୃତ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହେବ । ଏହାସହ ସହରର ବିଭିନ୍ନ ସ୍ଥାନରେ କାଶୀବିଶ୍ୱନାଥଙ୍କ ପ୍ରସାଦ ବଣ୍ଟନ କରାଯିବ ।