ସରସ୍ୱତୀ ପୂଜା ପାଇଁ ପଣ୍ଡିତଙ୍କୁ ଟଣାଓଟରା । ଛାଡି ଦେବାକୁ ହେଉଛନ୍ତି କାକୁତିମିନତି । ଦେଖନ୍ତୁ ଭିଡିଓ

6,061

କନକ ବ୍ୟୁରୋ: ଆଜି ବସନ୍ତ ପଂଚମୀ ବା ସରସ୍ୱତୀ ପୂଜା । ଏହି ଅବସରରେ ଘରେ ଘରେ ମାଙ୍କୁ ପୂଜାଚ୍ଚର୍ନା କରାଯାଉଥିବାରୁ ବ୍ରାହ୍ମଣ ବା ପଣ୍ଡିତମାନଙ୍କ ଚାହିଦା ବେଶ ବଢିଯାଇଛି । ତେବେ କୋଲକାତାରୁ ଆସିଥିବା ଏକ ଭିଡିଓକୁ ଦେଖିଲେ ଚକିତ ହୋଇଯିବେ ଆପଣ । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ସ୍ପଷ୍ଟ ବାରି ହୋଇଯାଉଛି କି, ମା’ଙ୍କ ପୂଜା କରିବାକୁ ପଣ୍ଡିତ ଜଣକ ପ୍ରସ୍ତୁତ ନଥିବାବେଳେ ତାଙ୍କୁ ଲୋକେ ଏହିଭଳି ଭିଡିକି ନେଉଛନ୍ତି ।

ଲୋକେ ଚାହୁଁଥିଲେ ଯେ ସଂପୃକ୍ତ ପଣ୍ଡିତ ଜଣକ ମାଙ୍କ ପୂଜା କରନ୍ତୁ । ହେଲେ ପଣ୍ଡିତ ଜଣକ ପୂଜା ପାଇଁ ପ୍ରସ୍ତୁତ ନଥିଲେ । ଲୋକମାନେ ଯେତେ କାନୁତିମିନତି ହେବା ପରେ ବି ପଣ୍ଡିତ ତାଙ୍କ ଜିଦରେ ଅଟଳ ରହିଥିଲେ । ଶେଷରେ ପିଲାଠୁ ବୟସ୍କ ଓ ମହିଳା ସମସ୍ତେ ପଣ୍ଡିତ ଜଣକୁ ଜବରଦସ୍ତି ଧକ୍କା ଦେଇ ନେବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଯେଉଁ ପେଣ୍ଡାଲରେ ମାଙ୍କ ପୂଜା କରିବାର ଥିଲା ସେହି ପେଣ୍ଡାଲ ଭିତରକୁ ପଣ୍ଡିତ ଜଣକୁ ନେଇ ସେଠାକାର ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଥିଲା ।