କନକ ବ୍ୟୁରୋ: ଭାରତୀୟ ଜାତୀୟ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ ପ୍ରାଧିକରଣ ଶୁକ୍ରବାର ଦିନ ୨୦୨୦ ରେ ଅନୁରୂପ ଅବଧି ରେ ବର୍ଷ ୨୦୨୧ ପାଇଁ ହୋଲସେଲ୍ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)ରେ ୧୦.୭ ପ୍ରତିଶତ ପରିବର୍ତ୍ତନ ଘୋଷଣା କରିଛି। ଭାରତୀୟ ଜାତୀୟ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ ପ୍ରାଧିକରଣ ଶୁକ୍ରବାର ଦିନ ୨୦୨୦ ରେ ଅନୁରୂପ ଅବଧି ରେ କ୍ୟାଲେଣ୍ଡର ବର୍ଷ ୨୦୨୨ ପାଇଁ ହୋଲସେଲ୍ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)ରେ ୧୦.୭ ପ୍ରତିଶତ ପରିବର୍ତ୍ତନ ଘୋଷଣା କରିଛି।
Advertisment
ଏହାର ଅର୍ଥ ହେଉଛି ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକାରେ ପ୍ରାୟ ୮୦୦ ପ୍ରକାରର ଅତ୍ୟାବଶ୍ୟକ ନିର୍ଦ୍ଧାରିତ ଔଷଧର ମୂଲ୍ୟ ବୃଦ୍ଧି ପାଇବ । ସାଧାରଣ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏହି ଔଷଧ ଗୁଡିକର ମୂଲ୍ୟ ଏପ୍ରିଲ ୧ ରୁ ୧୦.୭ ପ୍ରତିଶତ ବୃଦ୍ଧି ପାଇବ  ।
publive-image
ବର୍ତ୍ତମାନ ଜ୍ୱର, ସଂକ୍ରମଣ, ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ ଏବଂ ରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ବୃଦ୍ଧି ପାଇବ  । ଏଥିରେ ପାରାସେଟାମୋଲ, ଫେନୋବାର୍ବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ, ସିପ୍ରୋଫଲୋକ୍ସାସିନ ହାଇଡ୍ରୋକ୍ଲୋରାଇଡ ଏବଂ ମେଟ୍ରୋନିଡାଜୋଲ ଭଳି ଔଷଧ ଅନ୍ତର୍ଭୁକ୍ତ ।