କନକ ବ୍ୟୁରୋ : ଦେଶରେ ହ୍ରାସ ପାଇଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି ଏଲପିଜି ସିଲିଣ୍ଡର ଦାମରେ ୧୩୫ ଟଙ୍କା ହାସ ପାଇଛି । ଦିଲ୍ଲୀରେ ୨,୩୫୪ ଟଙ୍କାରେ ବିକ୍ରୟ ହେଉଥିବା ୧୯ କ‌େଜି ଏଲପିଜି ସିଲିଣ୍ଡର୍ ଏବେ ୨,୨୧୯ ଟଙ୍କାରେ ବିକ୍ରୟ ହେବ । ଆଜି ଠାରୁ ଏହି ନୂଆ ଦର ଲାଗୁ ହେବ । ତେବେ ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Advertisment

ଉଲ୍ଲେଖଯୋଗ୍ୟ, ମେ ୧୯ ତାରିଖରେ ଦେଶରେ ଉଭୟ ଘରୋଇ ଏବଂ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ବୃଦ୍ଧି କରାଯାଇଥିଲା । ସେତେବେଳେ ଏହା ଥିଲା ସେ ମାସରେ ରନ୍ଧନ ଗ୍ୟାସ୍‌ ଦରର ଦ୍ବିତୀୟ ବୃଦ୍ଧି । ୧୪ କ‌େଜି ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ସେତେବେଳେ  ୩.୫୦ ଟଙ୍କା ବୃଦ୍ଧି ପାଇଥିବା ବ‌େଳେ ୧୯ କେଜି ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର  ୮ଟଙ୍କା ବୃଦ୍ଧି ପାଇଥିଲା ।