ପାକିସ୍ତାନରେ ହୁ ହୁ ହୋଇ ବଢୁଛି ଖାଦ୍ୟ ଦର : କ୍ଷୀର ଲିଟର ପିଛା ୨୦୦ ଟଙ୍କା, ଚିନି ଦର ୧୦୦ ଟଙ୍କା

ବଢୁଥିବା ଦରଦାମ୍ ନେଇ ହନ୍ତସନ୍ତ ପାକ୍ ନାଗରିକ; ଦେଶର ଅର୍ଥନୀତି ବିଗିଡିବା ନେଇ ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

257

କନକ ବ୍ୟୁରୋ : ପାକିସ୍ତାନରେ ହୁ ହୁ ହୋଇ ବଢି ଚାଲିଛି ଦରଦାମ୍ । ଖାଦ୍ୟ ସାମଗ୍ରୀ ଓ ଗ୍ୟାସର ଦର ଆକାଶଛୁଆଁ । ଇମ୍ରାନ ଖାନ୍ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା । ୭୦ ପ୍ରତିଶତ ଲୋକ ଗରିବ ହୋଇଥିବାରୁ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ପାକିସ୍ତାନବାସୀ । ଦେଶରେ କ୍ଷୀର ଲିଟର ପିଛି ୧୮୦ ରୁ ୨୦୦ ଟଙ୍କାରେ ମିଳୁଥିବାବେଳେ ପ୍ରିତିଦିନ ଖାଉଥିବା ଆଳୁର ଦର ୮୦ ଟଙ୍କାରେ ପହଁଚିଛି । ଚିନି କିଲୋ ପିଛା ୧୧୦ ଟଙ୍କାରେ ବିକ୍ରି ହେଉଛି । ଅତ୍ୟାବଶକୀୟ ସାମଗ୍ରୀ ଦର ଆକାଶ ଛୁଆଁ ହେବା ପରେ ଡହଳ ବିକଳ ପାକିସ୍ତାନୀ । ସେପଟେ ସାଧାରଣ ଖାଦ୍ୟ ସାମଗ୍ରୀ ଅଭାବ ଯୋଗୁଁ ଆଗକୁ ଦେଶରେ ଦୁର୍ଭିକ୍ଷ ନେଇ ଆକଳନ କରିଛନ୍ତି ଅର୍ଥନୈତିଜ୍ଞ ।

ନୂଆ ପାକିସ୍ତାନର ନାରା ଦେଇ ଲୋକଙ୍କ ଜନାଦେଶ ପାଇ ସରକାର ଗଢିଛନ୍ତି ଇମ୍ରାନ୍ । ହେଲେ ଦୀର୍ଘ ୩ ବର୍ଷ ଭିତରେ ଦେଶର କାଙ୍ଗଳ ସ୍ଥିତିକୁ ସୁଧାରିବାରେ ସେ ବିଫଳ ହୋଇଛନ୍ତି । ଆତଙ୍କବାଦକୁ ସମର୍ଥନ କରୁଥିବା ଏହି ଦେଶର ଲୋକେ କିଭଳି ଭୋକ ମେଂଟାଇବେ ସେ ନେଇ ଚିନ୍ତାରେ । ଏବେ ପାକିସ୍ତାନର ସମସ୍ତ ଖାଦ୍ୟ ସାମଗ୍ରୀର ଦର ଦାମ କିଲୋ ପିଛା ୧୦୦ ଟଂକା ଉପରେ ରହିଛି । ଅନ୍ତର୍ଜାତୀୟ ମିଡିଆର ରିପୋର୍ଟ ଅନୁଯାୟୀ କ୍ଷୀର ଲିଟରର ଦାମ ୧୪୦ ଟଂକା ରହିଥିବା ବେଳେ ପ୍ୟାକେଟ ଦହିର ଦାମ କିଲୋ ପିଛା ୨୨୦ ଟଂକା ରହିଛି । ଆଳୁର ଦର ୮୦ ଟଙ୍କାରେ ପହଁଚିଛି ।

ଚିନି କିଲୋ ପିଛା ୧୧୦ ଟଙ୍କାରେ ବିକ୍ରି ହେଉଛି । ରୋଷେଇ ସିଲିଣ୍ଡରର ଦାମ ୨ ହଜାର ଟଂକା ଉପରେ ରହିଛି । ସାଧାରଣ ଖାଦ୍ୟ ସାମଗ୍ରୀ ଅଭାବ ଯୋଗୁଁ ଆଗକୁ ଦେଶରେ ଦୁର୍ଭିକ୍ଷ ହେବ ବୋଲି ଆକଳନ କରିଛନ୍ତି ଅର୍ଥନୈତିଜ୍ଞ । ପାକିସ୍ତାନ ଲୋକମାନେ ଦରବୃଦ୍ଦିକୁ ନେଇ ଇମ୍ରାନ ଖାନ୍ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି ଦେଶ ଚଳାଇବାକୁ ଆବଶ୍ୟକ ଟଙ୍କା ନାହିଁ । ତେଣୁ ଅନ୍ୟ ଦେଶରୁ ଋଣ ନେବାକୁ ପଡୁଛି । ଲଗାତର ଭାବରେ ଦେଶ ଉପରେ ଋଣ ହାର ବଢି ଚାଲିଛି । ଲୋକମାନେ ଟିକସ ବା କର ଦେଉ ନାହାନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ସର୍ଭେ ଅନୁଯାୟୀ ପାକିସ୍ତାନରେ ଇମ୍ରାନଙ୍କ କାର୍ଯ୍ୟଶୈଳୀ ଉପରେ ୬୬ ପ୍ରତିଶତ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହପରି ୫୯ ପ୍ରତିଶତ ଲୋକଙ୍କ ମତ ଅନୁଯାୟୀ ଇମ୍ରାନ ସରକାରଙ୍କ ପ୍ରଦର୍ଶନ ପୂର୍ବ ସରକାରଠୁ ଖରାପ ରହିଛି । ୬୨ ପ୍ରତିଶତ ଲୋକଙ୍କ ମତ ଅନୁଯାୟୀ ଦେଶ ଠିକ୍ ରାସ୍ତାରେ ନାହିଁ । ୫୩ ପ୍ରତିଶତ ଲୋକଙ୍କ ମତ ଅନୁଯାୟୀ ଦରଦାମ ବୃଦ୍ଧି ଦେଶ ପାଇଁ ବଡ ଚ୍ୟାଲେଞ୍ଜ ।