ନିଆଁ ଲଗାଇବ ପେଟ୍ରୋଲ । ସେଂଚୁରି ମାରିପାରେ ତେଲ ରେଟ୍

Advertisment
ବଜେଟ ପରେ ମହଙ୍ଗା ମାଡ଼ : ରାଜ୍ୟରେ ବଢିଲା ପେଟ୍ରୋଲ ଡିଜେଲ ଦର, ଭୁବେନଶ୍ୱରରେ ପେଟ୍ରୋଲ ୨ ଟଙ୍କା ୪୩ ପଇସା ଓ ଡିଜେଲ ୨ ଟଙ୍କା ୫୫ ପଇସା ବୃଦ୍ଧି

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ବଢ଼ିବା ସହିତ ନୂଆ ସ୍ତର ଛୁଉଁଛି। ଆଜି ପୁଣି ତେଲ ଦର ବଢିଛି । ଭୁବନେଶ୍ୱରରେ ଦର ପାଖାପାଖି ୮୦ ଟଙ୍କା ଛୁଇଁଥିବା ବେଳେ ନବରଙ୍ଗପୁରର ଦର ୮୩ ଟଙ୍କାରେ ପହଂଚିଛି । ସେହିପରି ମୁମ୍ବାଇରେ ୮୮ ଟଙ୍କା ଅତିକ୍ରିମ କରିଛି ପେଟ୍ରୋଲ ଦର । ଖାଉଟିମାନେ ତେଲ ଦର ବୃଦ୍ଧିରେ ଅତିଷ୍ଠ ହୋଇପଡ଼ିଥିଲେ ମଧ୍ୟ ସରକାର ଏହାର ଦର ହ୍ରାସ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ତେବେ ଯାହା ଅନୁମାନ କରାଯାଉଛି ଆଗକୁ ଆହୁରୀ ମଧ୍ୟ ତୈଳ ଦର ବୃଦ୍ଧି ପାଇପାରେ । ଏପରିକି ପେଟ୍ରୋଲ ଦର ୧୦୦ ଟଙ୍କା ପାର୍ ମଧ୍ୟ ହୋଇପାରେ ।

ଭାରତରେ ଏପରି ତୈଳଦର ବଢୁଥିବା ସମୟରେ ଆଗକୁ ଆହୁରି ବଢିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେପଟେ ତୈଳଦର ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୈାଧୀତ ତୈଳଦର ବୃଦ୍ଧି ହେଉଥିବାରୁ ଭାରତରେ ମଧ୍ୟ ଏପରି ଭାବରେ ତୈଳଦର ବୃଦ୍ଧି ହେଉଛି। ତେବେ ଏହାକୁ ଜିଏଟି ଅନ୍ତର୍ଭୁକ୍ତ କଲେ ଦର କମିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଅନ୍ୟପଟେ ଖବର ଆସିଛି କି, ନଭେମ୍ବର ବେଳକୁ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେହି ସମୟରେ ଗ୍ରାହକଙ୍କୁ ତେଲ କମ୍ପାନି ଗୁଡ଼ିକ ଦର ବୃଦ୍ଧିରୁ ରିହାତି ଦେଇପାରନ୍ତି। ଚଳିତବର୍ଷ କର୍ଣ୍ଣାଟକ ନିର୍ବାଚନ ସମୟରେ ତେଲ କମ୍ପାନି ଗୁଡ଼ିକ ୨୦ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ବଢ଼ାଇ ନଥିଲେ। ମେ ୧୨ ତାରିଖରେ ଭୋଟ ଗ୍ରହଣ ଶେଷ ହେବା ପରେ ୧୭ ଦିନ ମଧ୍ୟରେ ପେଟ୍ରୋଲ ଦର ପାଖାପାଖି ୪ ଟଙ୍କା ବୃଦ୍ଧି ଘଟିଥିଲା। ସେହିଭଳି ଗତବର୍ଷ ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଏବଂ ମଣିପୁର ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ମଧ୍ୟ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରି ନଥିଲେ।

ଗତବର୍ଷ ଜାନୁଆରି ୧୬ରୁ ମାର୍ଚ ୩୧ ପର‌୍ୟ୍ୟନ୍ତ ୭୫ ଦିନ ଧରି ଦର ବୃଦ୍ଧି କରାଯାଇ ନଥିଲା। ଆଜି ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଏହାସତ୍ତ୍ୱେ ବି ତୈଳଦର ଖସିବାର ନାଁ ଧରୁନି । ତେବେ ଅତୀତକୁ ଦେଖିଲେ ଉପରୋକ୍ତ ରାଜ୍ୟ ଗୁଡ଼ିକ ପାଇଁ ନିର୍ବାଚନ ଘୋଷଣା ହେଲେ ସମ୍ଭବତଃ ସରକାର ତେଲ କମ୍ପାନି ଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନକରିବାକୁ ପରାମର୍ଶ ଦେଇପାରନ୍ତି। ଏପରିକି ମୂଲ୍ୟ ହ୍ରାସ କରିବା ଲାଗି ମଧ୍ୟ ଅଲିଖିତ ନିର୍ଦେଶ ଦେଇପାରନ୍ତି ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe