ମହଙ୍ଗା ହେଉଛି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ । ସୁଜି, ମଇଦା, ଅଟା ଦର ବୃଦ୍ଧି । ପଡୁଛି କି ରୁଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ?

176

କନକ ବ୍ୟୁରୋ : ରାଜ୍ୟରେ ହଠାତ୍ ବଢିଯାଇଛି ଅଟା ସହ ଅନ୍ୟ ଗହମ ଜାତୀୟ ସାମଗ୍ରୀର ଦର । ଗହମ କ୍ୱିଣ୍ଟାଲ ପିଛା ୨୧ ଶହ ଟଙ୍କା ଥିଲା ଯାହା ଏବେ ୨୫ ଶହ ଟଙ୍କାକୁ ବୃଦ୍ଧି ପାଇଛି । ଓଡ଼ିଶା ବ୍ୟବସାୟୀ ମହାସଂଘର କହିବା କଥା ହେଲା, ଓଡ଼ିଶାରେ ଗହମ ଉତ୍ପାଦନ ହେଉନଥିବା ବେଳେ ହରିୟାଣା, ମଧ୍ୟପ୍ରଦେଶ, ପରି ରାଜ୍ୟରୁ ଆମଦାନୀ କରାଯାଏ । ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଗହମ ଅଭାବର ପୂରଣ ପାଇଁ ଏବେ ଭାରତରୁ ଗହମ ରପ୍ତାନୀ କରାଯିବା ଆଶଙ୍କା ଭିତରେ ଦରବୃଦ୍ଧି ହେଉଥିବା ଅନୁମାନ କରାଯାଉଛି । ଯାହାର ପ୍ରଭାବ ବଜାର ଉପରେ ପଡୁଛି ।

କାହିଁକି ବଢୁଛି ଖାଉଟି ସାମଗ୍ରୀ ମୂଲ୍ୟ ? ପଡୁଛି କି ୟୁକ୍ରେନ-ରୁଷ୍ ଯୁଦ୍ଧର ପ୍ରଭାବ ! ରାଜ୍ୟରେ ହଠାତ୍ ଅଟା ସହ ଅନ୍ୟ ଗହମ ଜାତୀୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ହୋଇଛି । ସୁଜି, ମଇଦା ମହଙ୍ଗା ହୋଇଛି । ଗହମ କ୍ୱିଣ୍ଟାଲ ପିଛା ୨୧ ଶହ ଟଙ୍କାରୁ ୨୫ ଶହ ଟଙ୍କା ବୃଦ୍ଧି ପାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଅଟା କେଜି ପ୍ରତି ୨ରୁ ୩ଟଙ୍କା ବଢିଯାଇଛି ।

ହେଲେ ଅଚାନକ ଏପରି ମୂଲ୍ୟବୃଦ୍ଧି ପଛର କାରଣ କ’ଣ ? ତେବେ ଓଡ଼ିଶା ବ୍ୟବସାୟୀ ମହାସଂଘର କହିବା କଥା, ଓଡ଼ିଶାରେ ଗହମ ଉତ୍ପାଦନ ହୁଏ ନାହିଁ । ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ଆମଦାନୀ କରାଯାଏ । ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଗହମ ଅଭାବର ପୂରଣ ପାଇଁ ଏବେ ଭାରତରୁ ଗହମ ରପ୍ତାନୀ କରାଯିବା ଆଶଙ୍କା ଭିତରେ ଦରବୃଦ୍ଧି ହେଉଥିବା ଅନୁମାନ କରାଯାଉଛି । ଏହାର ପ୍ରଭାବ ବଜାର ଉପରେ ପଡୁଥିବା କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ।

ନିକଟରେ ନେସଲେ କମ୍ପାନୀ ମ୍ୟାଗି ସମେତ କଫି ଓ କ୍ଷୀର ପ୍ୟାକେଟର ଦରବୃଦ୍ଧି କରିଛନ୍ତି । ସେହିପରି ହିନ୍ଦୁସ୍ତାନ ୟୁନିଲିଭର ମଧ୍ୟ ଚା’, କଫି ଦର ବଢ଼ାଇଛି । ଖାଇବା ତେଲ ଠାରୁ ଆରମ୍ଭ କରି ଅନେକ ଖାଉଟି ସାମଗ୍ରୀ ମହଙ୍ଗା ହେବାରୁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି ।