କନକ ବ୍ୟୁରୋ : ଆସନ୍ତା ଆର୍ଥିକ ବର୍ଷରୁ ଶସ୍ତା ହେବା ମୋବାଇଲ, କୃଷି ଉପକରଣ, ହୀରା ଗହଣା, କପଡ଼ା ଓ ଚମଡ଼ା ସାମଗ୍ରୀ । ମୋବାଇଲ୍ ଚାର୍ଜର, ଇମିଟେସନ୍ ଗହଣା ଓ ରତ୍ନ ପଥର ବି ଶସ୍ତା ହେବ । କିନ୍ତୁ ମହଙ୍ଗା ହେବ ମଦ, ଖାଇବା ତେଲ, ଏଲଇଡି ଲାଇଟ୍ ଓ ବିଦେଶି ଛତା ।

Advertisment

ଏପ୍ରିଲ ୧ରୁ ଆରମ୍ଭ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ । ନୂଆ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ସାଧାରଣ ଲୋକଙ୍କ ଖର୍ଚ୍ଚ ତାଲିକାରେ ଅନେକ ପରିବର୍ତନ ହୁଏ । ଆଉ ଏପ୍ରିଲରୁ କଣ ଶସ୍ତା ଏବଂ ମହଙ୍ଗା ହେବ ସେନେଇ ଆଜି ବଜେଟରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କୋଭିଡ ମହାମାରୀ ଭିତରେ ପୁଣି ଥରେ ବଜେଟ ଆଗତ କରିଛନ୍ତି ନରେନ୍ଦ୍ର ମୋଦୀ ସରକାର । ଦେଶକୁ ଡିଜିଟାଲ ଇଣ୍ଡିଆରେ ପରିଣତ କରିବା ପାଇଁ ଏବଂ ବଜେଟର ବ୍ୟୟବରାଦ ହୋଇଥିବା ଅନେକ ଘୋଷଣାକୁ ଆଖି ଆଗରେ ରଖି ସରକାର ଅନେକ ଜିନିଷର ଦର ଦାମ କମ୍ ବେଶୀ କରିଛନ୍ତି । ପ୍ରଥମେ ନଜର ପକାନ୍ତୁ କଣ ଶସ୍ତା ହେବ ।

କପଡା, ହୀରା, ମୋବାଇଲ୍ ଫୋନ୍, ମୋବାଇଲ ଫୋନ୍ ଚାର୍ଜର, କ୍ୟାମେରା ଲେନ୍ସ ଫର୍ ମୋବାଇଲ୍ ଫୋନ୍, ବିଦେଶରୁ ଆସୁଥିବା ମେସିନ, କୋକୋ ବିନ୍ସ, ଔଷଧ ତିଆରି ପାଇଁ ବିଦେଶରୁ ଆମଦାନୀ ହେଉଥିବା ଆସାଫୋଏଟିଡା, ଏସେଟିକ୍ ଏସିଡ୍, ପେଟ୍ରୋଲିୟମ ପ୍ରଡକ୍ଟ ଉତ୍ପାଦନରେ ବ୍ୟବହୃତ କେମିକାଲ ଏବଂ ଭାରତରେ ତିଆରି ହେଉଥିବା କୃଷି ଉପକରଣ ଏବଂ ମିଥାଇଲ ଆଲକହଲ ରହିଛି ।

ଦେଶରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ଏବଂ ମୋବାଇଲ ନେଟୱର୍କର ଭିତ୍ତିଭୂମିକୁ ସୁଦୃଢ କରିବାକୁ ବଜେଟରେ ବ୍ୟୟବରାଦ ହୋଇଛି । ତେଣୁ ଏହାକୁ ଗୁରୁତ୍ୱ ଦେବାକୁ ଯାଇ କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ସ ଡିଭାଇସର ଦାମ କମାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି କୁହାଯାଉଛିା

ସେହିପରି ଦର ବଢିଥିବା ଜିନିଷ ଉପରେ ରହିଛି ବିଦେଶରୁ ଆମଦାନୀ ହେଉଥିବା ଜିନିଷ ଏବଂ ଇଥାନଲ ସହ ମିଶିନଥିବା ପେଟ୍ରୋଲ ଏବଂ ଡିଜେଲ, ଇମିଟେସନ ଗହଣା, ଇୟରଫୋନ ଏବଂ ହେଡଫୋନ, ଲାଉଡସ୍ପିକର, ସୋଲାର ସେଲ୍, ସୌର ସେଲ୍, ଏକ୍ସ ରେ ମେସିନ୍, ଇଲେକ୍ଟ୍ରୋନିକ୍ସ ଖେଳଣା, ମଦ, ତୁଳା, ଏଲଇଡି ଲାଇଟ୍, ଖାଇବା ତେଲ ରହିଛି ।

ବେରୋଜଗାର ଏବଂ ମହଙ୍ଗା ଭିତରେ ଲୋକେ ଆଶା ରଖିଥିଲେ ଖାଦ୍ୟ ସାମଗ୍ରୀ ଉପରେ ଦର କମିବ । କିନ୍ତୁ ରୋଷେଇରେ ବ୍ୟବହୃତ ହେଉଥିବା ଖାଇବା ତେଲର ଦାମ ବଢାଇ ସରକାର ଏକ ପ୍ରକାର ପକେଟ ଉପରେ ବୋଝ ବଢାଇଛନ୍ତି ।