ସହରାଞ୍ଚଳ ଗରିବଙ୍କ ଉପରେ ମହଙ୍ଗା ମାଡ । କ’ଣ କହୁଛି ରିପୋର୍ଟ ?

99

କନକ ବ୍ୟୁରୋ: ବୁଲେଟିନରେ ଏବେ ନଜର ପକାଇବା ଏକ ସମ୍ବେଦନଶୀଳ ଖବର ଉପରେ । ସହରାଂଚଳ ଗରିବଙ୍କୁ ଅଧିକ ବାଧୁଛି ମହଙ୍ଗା ମାଡ । କରୋନା କାଳରେ ଗରିବି ଓ ବେରୋଜଗର ସହ ଲଢୁଥିବା ଦେଶର ଏକ ବିରାଟ ବର୍ଗକୁ ଦରଦାମ ବୃଦ୍ଧିର ବୋଝ ସହିବାକୁ ପଡୁଛି । ଏତିକିବେଳେ ସାମ୍ନାକୁ ଆସିଛି ନ୍ୟାସନାଲ ସାମ୍ପୁଲ ସର୍ଭେ ଅର୍ଗାନାଇଜେସନର ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ..

 ସହରାଂଚଳ ଗରିବ ଲୋକଙ୍କୁ ଅଧିକ ବାଧିଛି ଖାଦ୍ୟ ସାମଗ୍ରୀ ଓ ପେଟ୍ରୋଲର ମହଙ୍ଗା ମାଡ

 କରୋନା କାଳରେ ଖାଦ୍ୟ ସାମଗ୍ରୀ, ପେଟ୍ରୋଲ ଓ ଅଣଖାଦ୍ୟ ସାମଗ୍ରୀ ଦର ମହଙ୍ଗା ହୋଇଛି

ଏହି ସମୟ ମଧ୍ୟରେ ତୈଳ ମୁଦ୍ରାସ୍ଫୀତି ୮ ପ୍ରତିଶତରୁ ବଢି ୧୩ ଦଶମିକ ୬ ପ୍ରତିଶତ ହୋଇଛି

 ସେହିପରି ଆର୍ଥିକ ବର୍ଷ ଆରମ୍ଭରୁ ଅଣଖାଦ୍ୟର ସାମଗ୍ରୀ ମୁଦ୍ରାସ୍ଫୀତି ୬ ପ୍ରତିଶତରେ ରହିଛି

 ମହଙ୍ଗା ମାଡ ସମସ୍ତଙ୍କୁ ବାଧୁଥିଲେ ମଧ୍ୟ ସହରାଂଚଳ ଗରିବଙ୍କୁ ଅଧିକ ବ୍ୟତିବ୍ୟସ୍ତ କରି ପକାଇଛି

 କାରଣ ସେମାନଙ୍କ ରୋଜଗାରର ଅଧିକ ଭାଗ ଖାଦ୍ୟ ସାମଗ୍ରୀ ଓ ପେଟ୍ରୋଲ କିଣାରେ ଯାଇଛି

 ଗ୍ରାମାଂଚଳ ଅପେକ୍ଷା ସହରାଂଚଳ ଗରିବମାନେ ଏହି ଦୁଇଟି ଜିନିଷରେ ଅଧିକ ବ୍ୟୟ କରିଛନ୍ତି

 କରୋନା କାଳରେ କାମଧନ୍ଦା ହରାଇ ରୋଜଗାର କମିଥିବାବେଳେ ମହଙ୍ଗା ମାଡ ଭାରି ବାଧିଛି