କରୋନା ଭାଇରସର ପ୍ରତିଷେଧକ ଔଷଧ ମିଳୁଥିବା ନେଇ ଦାବି କଲେ ଦୋକାନୀ । ବାଲେଶ୍ୱର ଦୋକାନ ଆଗରେ ଲଗାଇଲେ ବୋର୍ଡ

Advertisment
କରୋନା ଭାଇରସର ପ୍ରତିଷେଧକ ଔଷଧ ମିଳୁଥିବା ନେଇ ଦାବି କଲେ ଦୋକାନୀ । ବାଲେଶ୍ୱର ଦୋକାନ ଆଗରେ ଲଗାଇଲେ ବୋର୍ଡ

କନକ ବ୍ୟୁରୋ: ବିଶ୍ୱରେ ଏବେ ମହାମାରୀ ରୂପ ନେଇଛି କରୋନା ଭାଇରସ୍ । ଚାଇନାର ଉହାନ ସହରରେ ଉଭା ହୋଇଥିବା ଏହି ଘାତକ ଭୁତାଣୁରେ ଶିକାର ହୋଇ ସାରା ବିଶ୍ୱରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷେରୁ ଅଧିକ ଲୋକ ଏବେ ଏହା ସଂସ୍ପର୍ଶରେ ଆସି ଜୀବନ ସହ ସଂଗ୍ରାମ କରୁଛନ୍ତି । ସେହିଭଳି ଭାରତରେ ଏହି ଭୁତାଣୁର ଚିହ୍ନଟ ହେବା ପରେ ଗୋଟିଏ ପରେ ଗୋଟିଏ କରୋନା ଭାଇରସରେ ଆକ୍ରାନ୍ତ ହେବା ଖବର ଆସୁଛି । ତେବେ ଓଡିଶାରେ ମଧ୍ୟ କରୋନା ସନ୍ଦେହରେ ୪ଜଣଙ୍କୁ ଚିକିତ୍ସା କରାଯାଉଛି । ବଡ କଥା ହେଉଛି , ମହାମାରୀ ରୂପ ନେଇଥିବା ଏହି କରୋନା ଭୁତାଣୁ କୁ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ପାରିନି । କେବଳ ସଚେତନା ହିଁ ଏହି ଭାଇରସକୁ ରୋକିବାର ଏକମାତ୍ର ମାଧ୍ୟମ ବୋଲି କହିଛନ୍ତି ବିଶେଷଜ୍ଞ ।

ତେବେ ବିପଦର ଏହି ଘଡିସନ୍ଧି ମୁହୂର୍ତ୍ତରେ ବାଲେଶ୍ୱରରେ କେତେକ ହୋମିଓପାଥିକ ଔଷଧ ଦୋକାନ ବୋର୍ଡ ମାରିଛନ୍ତି ଯେ ସେମାନଙ୍କ ପାଖରେ କରୋନା ଭାଇରସ୍ ପାଇଁ ପ୍ରତିଷେଧକ ଔଷଧ ରହିଛି । ଯଦିଓ ଏହି ଔଷଧ ପ୍ରକୃତରେ ପ୍ରତିଷେଧକ ଭାବେ କାମ କରୁଛି କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନଥିଲେ ମଧ୍ୟ ହୋମିଓପାଥି ଡାକ୍ତରଙ୍କ କହିବା ଅନୁସାରେ ସାଧାରଣ ଫ୍ଲୁ ପାଇଁ ତାଙ୍କର ଯେଉଁ ଔଷଧ ରହିଛି ତାହା କରୋନା ଭାଇରସର ପ୍ରତିଷେଧକ ଔଷଧ ଭାବେ କାମ କରିବ । ତେବେ ଏହି ଦାବି କେତେ ଦୂର ଠିକ୍ ସେ ନେଇ କୌଣସି ସଠିକ୍ ଉତର ଏଯାଏ ମିଳିପାରିନାହିଁ ।

ଏଠାରେ ଆମେ କହିରଖୁଛୁ କି, କରୋନା ସଂକ୍ରମଣ ସନ୍ଦେହରେ ବୁର୍ଲା ଭିମସାରରେ ଜଣେ ଯୁବକଙ୍କୁ କରାଗଲା ଭର୍ତି । ସୋନପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଯୁବକଙ୍କୁ ଭିମସାରଙ୍କୁ ସ୍ଥାନାନ୍ତର କରାଯାଇଛି । ଆଇସୋଲେସନ ୱାର୍ଡ଼ରେ ରଖି ଚିକିତ୍ସା କରାଯାଉଛି । ଯୁବକ ଜଣଙ୍କ କିଛି ଦିନ ତଳେ ଦୁବାଇରୁ ଫେରିଥିଲେ । ସେ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ । ସେହିଭଳି କରୋନା ଭାଇରସରେ ସଂକ୍ରମଣ ସନ୍ଦେହରେ କେନ୍ଦୁଝରରେ ଜଣେ ଯୁବକଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ଗତ କିଛି ଦିନ ତଳେ ଯୁବକ ଜଣଙ୍କ ଆଣ୍ଡାମାନରୁ ଫେରିଥିଲେ । ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଆଇସୋଲେସନରେ ରଖାଯାଇଛି । ତେବେ ଯୁବକଙ୍କ ରକ୍ତ ନମୁନା ଯାଂଚ ପାଇଁ ପୁନେ ପଠାଯିବ ।

ଏପଟେ, କରୋନା ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସ୍କୁଲଗୁଡିକୁ ସତର୍କ କରାଯାଇଛି । ଏବେ ମଧ୍ୟ କରାଯିବ । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ । ଅନ୍ୟ ଯେଉଁ ରାଜ୍ୟରେ କରୋନା ଚିହ୍ନଟ ହୋଇଛି , ସେଠାରେ ସ୍କୁଲ ବନ୍ଦ ଅଛି । ରାଜ୍ୟରେ ଯେହେତୁ ଚିହ୍ନଟ ହୋଇନି ସ୍କୁଲ ବନ୍ଦ ହେବନାହିଁ । ଯେହେତୁ ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ ଚିହ୍ନଟ ହେଲାଣି ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସତର୍କ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe