୯ରୁ ୧୩ ବର୍ଷର ଝିଅଙ୍କୁ ଦିଆଯିବ ପ୍ରତିଷେଧକ କ୍ୟାନସର ଟିକା: ଖୁବଶୀଘ୍ର ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ମାଗଣା ଟିକା ଦେବେ ସରକାର
କନକ ବ୍ୟୁରୋ: ମହିଳାଙ୍କୁ ଯେତେ ପ୍ରକାର କ୍ୟାନସର ହୋଇଥାଏ, ଦ୍ୱିତୀୟ ସ୍ଥାନରେ ରହିଛି ସର୍ଭିକାଲ୍ କ୍ୟାନସର ବା ଜରାୟୁ କର୍କଟ ।
ସ୍ତନ କର୍କଟ ପରେ ଜରାୟୁ କର୍କଟର ସ୍ଥାନ
୧୫ ବର୍ଷରୁ ୪୪ ବର୍ଷ ବୟସ ବର୍ଗର ମହିଳାମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି
ଭାରତରେ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୨୩ ହଜାର ମହିଳା ଏହି ରୋଗରେ ପଡ଼ିଥାନ୍ତି
ପ୍ରାୟ ୬୭ ହଜାର ୫୦୦ ମହିଳା ଜରାୟୁ କର୍କଟରେ ପ୍ରାଣ ହରାଇଥାନ୍ତି

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆଶ୍ୱସ୍ତର କଥା ହେଉଛି, ଜରାୟୁ କର୍କଟକୁ ପ୍ରତିରୋଧ କରିବା ପାଇଁ ଟିକା ରହିଛି । ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଏ ନେଇ ଅଗଷ୍ଟ ୧୫ ତାରିଖରେ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏପଟେ ଆକାଂକ୍ଷୀ ଜିଲ୍ଲାରେ ୯ରୁ ୧୩ ବର୍ଷର ଝିଅଙ୍କୁ ମାଗଣାରେ ଟିକା ଦେବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର ।
୧୦ଟି ଆକାଂକ୍ଷୀ ଜିଲ୍ଲାର ହାଇସ୍କୁଲରେ ୯ରୁ ୧୩ ବର୍ଷ ବୟସର ବାଳିକାମାନଙ୍କୁ ମାଗଣାରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚପିଭି) ଟିକା ଦେବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ସର୍ଭିକାଲ କ୍ୟାନସର ବା ଜରାୟୁ କର୍କଟରୁ ସୁରକ୍ଷା ଦେବ ଏହି ଟିକା । ଦୁଇବର୍ଷ ଭିତରେ ୧୦ଟି ଜିଲ୍ଲା – ବଲାଙ୍ଗିର, ଢେଙ୍କାନାଳ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଟିକା ୭୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ।
ଜରାୟୁ କର୍କଟରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ଜାତୀୟ ଟିକାକରଣ ମିସନରେ ସିରମ୍ ଇନଷ୍ଟିଚ୍ୟୁଟର ସ୍ୱଦେଶୀ ଟିକାକୁ ସାମିଲ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଡିସେମ୍ବର ସୁଦ୍ଧା ୧ କୋଟି ଟିକା ଯୋଗାଇପାରିବ ବୋଲି ସିରମ୍ ।