କନକ ବ୍ୟୁରୋ : ହଜିଗଲା ମାନବିକତା । ରାଇସ୍ ମିଲରେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ କର୍ମଚାରୀ ଆହତ ହୋଇଥିଲେ । ହେଲେ ତାଙ୍କୁ ହସ୍ପିଟାଲ ନେବା ବଦଳରେ ଜଙ୍ଗଲରେ ଫିଙ୍ଗି ଦେଲେ ରାଇସ୍ ମିଲ କର୍ତ୍ତୃପକ୍ଷ । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଘଟଣା ଘଟିଛି ଝାରସୁଗୁଡ଼ା ବାଦିମାଲରେ ଥିବା ସଙ୍ଖଲିଆ ରାଇସ୍ ମିଲରେ ।
ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆହତ ହେଉଛନ୍ତି ଉତ୍ତରପ୍ରଦେଶର ମାର୍ଟିନ୍ ଅହମ୍ମଦ । ଗତ କିଛି ଦିନ ହେବ ସେ ଏହି ରାଇସ୍ ମିଲରେ କାମ କରୁଥିଲେ । ବିଦ୍ୟୁତ୍ ଆଘାତ ଯୋଗୁଁ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ହେଲେ ରାଇସ୍ ମିଲ କର୍ତ୍ତୃପକ୍ଷ ତାଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଏବେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/vlcsnap-2023-09-26-08h33m20s527.png)