କନକ ବ୍ୟୁରୋ : ‘ମୋଦୀ ସାଙ୍ଗିଆ’ ମାନହାନୀ ମାମଲାରେ ୨ ବର୍ଷର ଜେଲ୍ ଦଣ୍ଡାଦେଶ ବିରୋଧରେ ସୁରତ କୋର୍ଟରେ ଚ୍ୟାଲେଞ୍ଜ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ତିନି ଓକିଲଙ୍କ ସହ ନିଜ ପରିବାକୁ ନେଇ କୋର୍ଟରେ ପହଂଚିବେ ବୋଲି କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି ।

Advertisment

ସେପଟେ କୋର୍ଟକୁ ଯିବା ନେଇ କଂଗ୍ରେସକୁ କଟାକ୍ଷ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, କଂଗ୍ରେସ ଦଳ ନାଟକବାଜୀ କରିବାକୁ ସୁରତ ଯାଉଛି । ସେପଟେ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଥିବାରୁ କଂଗ୍ରେସ ତା’ର ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି । କାରଣ ବିଗତ ନିର୍ବାଚନ ଗୁଡ଼ିକରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ନିକଟରେ ସୁରତର ସେସନ୍ସ କୋର୍ଟ ରାହୁଲଙ୍କୁ ‘ମୋଦୀ ସାଙ୍ଗିଆ’ ମାନହାନୀ ମାମଲାରେ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।

ତେବେ ତୁରନ୍ତ ତାଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଆଉ ୩୦ ଦିନରେ ନିଜ ବିରୋଧରେ ଲାଗିଥିବା ଆବେଦନ କରିବାକୁ ସମୟ ମଧ୍ୟ ଦେଇଥିଲେ କୋର୍ଟ । ଜେଲ୍ ସଜା ପରଦିନ ତାଙ୍କର ଲୋକସଭା ସଦସ୍ୟତା ପଦ ରଦ୍ଦ କରାଯାଇଥିଲା । ଯାହାକୁ ନେଇ ସାରା ଦେଶରେ କେନ୍ଦ୍ର ସରକାର ବିରୋଧରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ । ଯଦି କୋର୍ଟ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାନ୍ତି, ତେବେ ରାହୁଲ ପୁଣିଥରେ ତାଙ୍କ ଫେରିପାରନ୍ତି ।