କନକ ବ୍ୟୁରୋ : ଏସଏଚଜିି ଗୁଡିକ ଋଣ ନେଇ ନଶୁଝିବା ସମବାୟ ବ୍ୟାଙ୍କ ଉପରେ କିଭଳି ଚାପ ସୃଷ୍ଟି କରୁଛି, ତାର ଉଦାହରଣ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରୁ ଆସିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିବା ପରି, ଏହା ଗୋଟିଏ ଘଟଣା ମାତ୍ର । ଏମିତି ମାଳମାଳ ଘଟଣା ଏବେ ସମବାୟ ବ୍ୟାଙ୍କ ଗୁଡିକୁ ଦେବାଳିଆ କରିବାକୁ ବସିଛି । ଭୋଗରାଇ ବ୍ରାଂଚ ମ୍ୟାନେଜର କହିଛନ୍ତି- ରାଧା ଏସ୍ଏଚ୍ଜିକୁ ୧.୫ ଲକ୍ଷ ଟଙ୍କା ଋଣ ଦିଆଯାଇଥିଲା । ୮୯ ହଜାର ୩୬୩ ଟଙ୍କାର ଋଣ ଆହୁରି ବାକି ରହିଛି । ସେହିପରି ସାଇକୃଷ୍ଣ ଏସଏଚଜିକୁ ଦିଆଯାଇଥିବା ୨.୫ ଲକ୍ଷ ଟଙ୍କା ଋଣରୁ ୧ ଲକ୍ଷ ୨୭ ହଜାର ୪୧୩ ଟଙ୍କା ଅନାଦେୟ ରହିଛି ।

Advertisment

ସମବାୟ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଋଣ ବାକି ରଖିଥିବା ଏସଏଚଜିଙ୍କ ସଂଖ୍ୟା ବର୍ତମାନ ୪୦ ହଜାର ୭୩୨ରେ ପହଂଚିଛି । ଗତ ୩ ବର୍ଷର ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।
ସମବାୟ ବ୍ୟାଙ୍କ ଜାରି କରିଥିବା ରିପୋର୍ଟ
ବର୍ଷ ବକେୟା ରଖିଥିବା ଏସଏଚଜି ଋଣ ପରିମାଣ
୨୦୨୦ ୩୭, ୨୧୮ ୩୨୮.୭୫ କୋଟି
୨୦୨୧ ୩୮, ୯୬୩ ୩୯୬.୫୩ କୋଟି
୨୦୨୨ ୪୦, ୭୩୨ ୪୮୦.୯୭ କୋଟି
ଅଭିଯୋଗ ହୁଏ ମହିଳା ଭୋଟକୁ ଆଖିରେ ରଖି ରାଜ୍ୟ ସରକାର ଏସଏଚଜି ଗୁଡିକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି । ହେଲେ ଗ୍ରୁପ ଗୁଡିକ ଋଣ ନଶୁଝିବା ବ୍ୟାଙ୍କ ଉପରେ ଭୀଣଷ ଚାପ ସୃଷ୍ଟି କରୁଛି । ଏପଟେ ସରକାର ଋଣ ଯୋଗାଇ ଦେଉଥିବାରୁ ଛାଡ ହୋଇଯିବା ନେଇ କିଛି ରାଜନେତା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରବର୍ତାଉଥିବା କହିଛନ୍ତି କୋରାପୁଟ ସେଂଟ୍ରାଲ ବ୍ୟାଙ୍କର ସଭାପତି ।