କନକ ବ୍ୟୁରୋ: ସମବାୟ ବ୍ୟାଙ୍କ ଉପରେ ସ୍ୱୟଂ ସହାୟକ ଗୋଷ୍ଠୀର ଚାପ । ଋଣ ନେଉଛନ୍ତି ହେଲେ ପରିଶୋଧ କରୁନାହାନ୍ତି । ମହିଳାଙ୍କୁ ସଶକ୍ତ କରିବା ପାଇଁ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରୁଣ ଦେଉଛନ୍ତି ରାଜ୍ୟ ସରକାର । ମହିଳାମାନେ ଏହି ଋଣ ନେଇ ରୋଜଗାରକ୍ଷମ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ହେଲେ ଏସଏଚଜି ଗୁଡିକ ରୁଣ ନେଇ ଶୁଝୁନଥିବା ବେଳେ କେବଳ କୋରାପୁଟରୁ ୧୪ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ନେଇ ସୁଝି ନାହାନ୍ତି ।

Advertisment

ସମବାୟ ବ୍ୟାଙ୍କ ଉପରେ ଏସଚଜି ଋଣର ଚାପ । ଋଣ ନେଇ ସୁଝୁ ନାହାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ । ମହିଳା ମାନେ କିଭଳି ସ୍ୱାବଲମ୍ବୀ ହେବେ ସେ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ କରାଯାଇଥିବା ବେଳେ ଏବେ ବ୍ୟାଙ୍କ ଉପରେ ବୋଝ ପାଲଟିଛନ୍ତି ଏହି ଗୋଷ୍ଠୀ । ସରକାର ବିନା ସୁଧରେ ମହିଳା ଗ୍ରୁପକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଋଣ ନେବା ପରେ ପରେ ମହିଳା ମାନେ ଋଣୁ ସୁଝିବାର ନାହିଁ । ଆକଳନ ଅନୁସାରେ କୋରାପୁଟ ଜିଲ୍ଲାରେ ୧୪ ହଜାର ୬୧, ମାଲକାନଗିରି ଜିଲ୍ଲାରେ ୨୮୨, ନବରଙ୍ଗପୁର ଜିଲ୍ଲାରେ ୫୨୧ ଓ ରାୟଗଡା ଜିଲ୍ଲାରେ ୪୭୫ଟି ସ୍ୱୟଂ ସହାୟ୍କ ଗୋଷ୍ଠୀ ସମବାୟ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିନାହାନ୍ତି ।

ତେବେ କିଛି ରାଜନେତା ଓ ଗାଁର ଲୋକେ ରାଜ୍ୟସରକାର ଋଣ ଛାଡ କରିଦେବା କହି ମହିଳା ସଙ୍ଗଠନଙ୍କୁ ପ୍ରବର୍ତାଉଥିବା ଅଭିଯୋଗ ହୋଇଛି । ଏବେ ନିୟମରେ ପରିବର୍ତନ ହୋଇଛି । ଯେଉଁ ଗ୍ରୁପ ଲୋନ୍ ନେଉଛନ୍ତି ସେମାନେ ଲୋନ୍ ସୁଝିବାକୁ ବାଧ୍ୟ । ଏନେଇ ଋଣ ଆଦାୟ କମିଟି ଗଠନ ହୋଇଛି ଓ ବ୍ୟାଙ୍କ ମିତ୍ର ନିଯୁକ୍ତ କରାଯାଇଛି ।

ମହିଳାଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ଏସ୍ଏଚ୍ଜି ଗୁଡିକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି । ହେଲେ ଗ୍ରୁପ ଗୁଡିକ ଋଣ ନଶୁଝିବା ବ୍ୟାଙ୍କ ଉପରେ ଚାପ ସୃଷ୍ଟି କରୁଛି ।