କନକ ବ୍ୟୁରୋ: ସାର୍ଟିଫିକେଟ୍ ପାଇଁ ଆଉ ବେଶି ଦିନ କରିବାକୁ ପଡିବ ନାହିଁ ଅପେକ୍ଷା । ବୋର୍ଡ ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ସଭାପତି ଶ୍ରୀକାନ୍ତ ତରାଇ । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ୍ ଖାତାର ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ମୂଲ୍ୟାୟନ କେନ୍ଦ୍ରର ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିଛି । ମୂଲ୍ୟାୟନ କେନ୍ଦ୍ରର କାର୍ଯ୍ୟକୁ ୧୦ ସୁପରଭାଇଜିଂ ଟିମ୍ ଅନୁଧ୍ୟାନ କରୁଛି । ୧୫ ଦିନ ମଧ୍ୟରେ ମାଟ୍ରିକ୍ ଖାତା ମୂଲ୍ୟାୟନ ଶେଷ ହେବା ନେଇ ଆଶା ରହିଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

Advertisment

ଅନଲାଇନରେ ପରୀକ୍ଷାଫଳ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ସାର୍ଟିଫିକେଟ୍ ମିଳିବ । ଅନ୍ଲାଇନ୍ ମାଧ୍ୟମରେ ହିଁ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିହେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି । ସାର୍ଟିଫିକେଟ୍ର ହାର୍ଡ କପି ପରୀକ୍ଷା ଫଳ ପ୍ରକାଶ ପାଇବାର ୧୫ ଦିନ ପରେ ଛାତ୍ରଛାତ୍ରୀ ନିଜ ସ୍କୁଲରୁ ପାଇ ପାରିବେ ।