ସଙ୍ଗରୋଧ ନିୟମ ନମାନିଲେ ଗିରଫ କରିବେ ସରକାର । ଫେରୁଥିବା ପ୍ରବାସ ଓଡିଆଙ୍କ ପାଇଁ କଠୋର ହେଲା ନିୟମ

ବିନା ଅନୁମତିରେ ପ୍ରବାସୀ ଓଡିଆଙ୍କ ବସକୁ ଓଡିଶା ସୀମାରେ ପ୍ରବେଶ ନକରାଇବାକୁ ନିର୍ଦ୍ଦେଶ

707

କନକ ବ୍ୟୁରୋ: କରୋନା ମୁବାକିଲା ନେଇ କଠୋର ହେଲେ ରାଜ୍ୟ ସରକାର । ରାଜ୍ୟକୁ କରୋନା ମୁକ୍ତ ଅଭିଯାନକୁ ଜୋର ଦାର କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାର ଯେଉଁ ସବୁ ପଦକ୍ଷେପ ନିଆଯାଉଛି ସେଥିରେକୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ତେବେ ଏହି ଅବସରରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ ନେଇ କିଛି ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଯେଉଁ ଥିରେ ପ୍ରବାସୀ ଓଡିଆଙ୍କ ଆସିବାଠାରୁ ରହିବା ପର୍ଯ୍ୟନ୍ତ ସେ ନେଇ ଏକ ସୂଚନାବଳୀ ପ୍ରସ୍ତୁତ କରାଯାଇଛି ।

କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ସଙ୍ଗରୋଧ ନିୟମ ଉଲ୍ଲଂଘନ ଛୋଟକଥା ନୁହେଁ, ଗୁରୁତର ଅପରାଧ। କିଛି ଲୋକ ଏପରି କରୁଥିବା ସରକାରଙ୍କ ନଜରକୁ ଆସିଛି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଜି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ପ୍ରକାଶ କରିଛନ୍ତି। ଯେଉଁମାନେ କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗିବେ ସେମାନଙ୍କୁ ଗିରଫ କରାଯିବ। ଏଥିସହ ଦରକାର ପଡ଼ିଲେ ନିଜ ଜିଲ୍ଲା ବାହାରକୁ ପଠାଇ ସେଠାରେ କ୍ବାରେଣ୍ଟାଇନରେ ରଖାଯିବ। କେବଳ ସେତିକି ନୁହେଁ, ସେମାନଙ୍କୁ ରାଜ୍ୟ ସରକାର ଦେଉଥିବା ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ ନାହିଁ। ଆବଶ୍ୟକସ୍ଥଳରେ ନିୟମ ଉଲ୍ଲଂଘନକାରୀଙ୍କ କ୍ବାରେଣ୍ଟାଇନ୍ ଅବଧିକୁ ମଧ୍ୟ ବଢ଼ାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟଶାସନ ସଚିବ।

– ସଙ୍ଗରୋଧ କେନ୍ଦ୍ରରୁ ଫେରାର ହେଲେ ଗିରଫ ହେବେ

– ଗିରଫ କ୍ଷମତା ପଞ୍ଚାୟତ ସ୍ତରରେ ସରପଞ୍ଚ ମାନଙ୍କୁ ଦିଆଯାଇଛି

– ନିୟମ ଭାଙ୍ଗୁଥିବା ଲୋକଙ୍କୁ ଅନ୍ୟ ଜିଲ୍ଲାରେ କ୍ୱାରେଣ୍ଟାଇନ କରାଯିବ

– ନିୟମ ଭାଙ୍ଗୁଥିବା ଲୋକଙ୍କ କ୍ୱାରେଣ୍ଟାଇନ ଅବଧି ବଢାଯିବ

– ସରକାରୀ ବ୍ୟବସ୍ଥା ନ ମାନିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

– ବିନା ପାସରେ କୌଣସି ଗାଡିକୁ ଓଡ଼ିଶା ଭିତରକୁ ଛଡାଯିବନି

– ବସ୍, ଗାଡିରେ ଓଭରଲୋଡ ହୋଇ ଆସିଲେ ଓଡ଼ିଶା ମନା

– ନିର୍ଦ୍ଧାରିତ ରୁଟରେ ନ ଗଲେ ବସ୍ ସିଜ୍ କରାଯିବ

Comments are closed.