ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ତିର୍ତ୍ତୋଲରେ ୮, ବାଲେଶ୍ୱରରେ ନାମାଙ୍କନ ଭରିଲେ ୯ ପ୍ରାର୍ଥୀ । ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।

Advertisment
ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ତିର୍ତ୍ତୋଲରେ ୮, ବାଲେଶ୍ୱରରେ ନାମାଙ୍କନ ଭରିଲେ ୯ ପ୍ରାର୍ଥୀ । ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।

କନକ ବ୍ୟୁରୋ : ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଚାର ମଧ୍ୟ ଜମୁଛି । ଆଉ ଏହାରି ଭିତରେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବା ବେଳେ ତିର୍ତ୍ତୋଲରେ ମୋଟ୍ ୮ଜଣ ପ୍ରାର୍ଥୀ, ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବାଲେଶ୍ୱରରେ ୯ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ତେବେ କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ, ୮୦ ବର୍ଷରୁ ଅଧିକ ଭୋଟର, ଭିନ୍ନକ୍ଷମ ଏବଂ ସଂଗରୋଧରେ ଥିବା ଲୋକଙ୍କ ପାଇଁ ପୋଷ୍ଟାଲ ବାଲାଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି, ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe