କନକ ବ୍ୟୁରୋ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ ଆଜି କୋଭିଡ୍ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି ଦେଶର ୩ ବରିଷ୍ଠ ଡାକ୍ତର । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ , ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନ ଆଜି ଦେଶର କୋଭିଡ୍ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଯେଉଁଥିରେ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ରେମଡେସିଭିର ଔଷଧ ରାମବାଣ ନୁହେଁ, ଏହା କେବଳ ସେହି ଲୋକଙ୍କ ପାଇଁ ଜୁରରୀ ଯେଉଁମାନେ ଏହାକୁ ଆବଶ୍ୟକ କରୁଛନ୍ତି । ତେଣୁ ଆବଶ୍ୟକ ନଥିଲେ ଏହାକୁ ନଖାଇବାକୁ ସେ ପରାମର୍ଶ ଦେଇଛନ୍ତି ।
ଏଥିସହ କରୋନା ଲକ୍ଷଣ ଦେଖାଗଲେ ତୁରନ୍ତ ନିଜକୁ ଆଇସୋଲେଟ୍ କରିବା ସହିତ ଚିକିତ୍ସା ଆରମ୍ଭ କରିଦେବା ଉଚିତ୍ । କରୋନା ପଜିଟିଭ୍ ଆସିବା ପରେ ଖାଲି ହସ୍ପିଟାଲ ଦୌଉଡିବା ଉଚିତ୍ ନୁହେଁ । ସାଧାରଣ ଲକ୍ଷଣ ଦେଖାଗଲେ କ୍ୱାରେଣ୍ଟାଇନ୍ ସେଣ୍ଟର ଯିବାକୁ ସେ ପରାମର୍ଶ ଦେଇଛନ୍ତି ।
ସେହିପରି ନାରାୟଣ ହେଲଥର ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟୀ କହିଛନ୍ତି, ଯଦି କାହା ଦେହରେ କରୋନାର ଲକ୍ଷଣ ଦେଖିବାକୁ ମିିଳୁଛି , ତେବେ ଭୟଭୀତ ହୁଅନ୍ତୁ ନାହିଁ । ଡାକ୍ତରଙ୍କ ସହିତ ଯୋଗାଯୋଗ ରଖି ଚିକିତ୍ସିତ ହେବାକୁ ସେ କହିଛନ୍ତି । କରୋନା ଏବେ କମନ ହୋଇଗଲାଣି । ତେଣୁ ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ଅକ୍ସିଜେନ ଲେଭଲ ଚେକ୍ କରାନ୍ତୁ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/9-23.jpg)