କନକ ବ୍ୟୁରୋ : ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ । କୋଭିଡ୍ କଟକଣା ଭିତରେ ସକାଳ ଭୋଟ୍ ଗ୍ରହଣ ହେବ ।  ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ସମସ୍ତ ପୁଲିଂ ପାର୍ଟି ଆଜି ଅପରାହ୍ଣ ସୁଦ୍ଧା ନିଜ ନିଜ ବୁଥରେ ପହଂଚିବେ । ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି ।

Advertisment

- ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକରେ ମତଦାନ
- ୧ ହଜାର ୬୬୯ଟି ଗ୍ରାମ ପଂଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟ୍
- ୨୨ ହଜାର ୩୭୯ ବୁଥରେ ଭୋଟ୍ ଦେବେ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର
- ୩ ହଜାର ୩୫୭ଟି ଉତେଜନା ପ୍ରବଣ ବୁଥ୍ ରହିଛି
- ନିର୍ବାଚନ ପାଇଁ ୩୭ ହଜାର ୨୪୫ ପୋଲିସ କର୍ମଚାରୀ ନିୟୋଜିତ
- ମୁତୟନ ହୋଇଛନ୍ତି ୨୨୫ ପ୍ଲାଟୁନ୍ ଫୋର୍ସ
- ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ୭୨୬ ଜଣ
- ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ହେବ ଭୋଟ୍ ଗ୍ରହଣ
- ଭୋଟ୍ ଦେବା ପାଇଁ ୱାର୍ଡୱାରୀ ଭୋଟର ତାଲିକାରେ ନାଁ ଥିବା ଜରୁରୀ
- ଭୋଟ୍ ପରିଚୟ ପତ୍ର ଦେଖାଇ ମତଦାନ ସାବ୍ୟସ୍ତ କରିପାରିବେ
- ଭୋଟ୍ ଗ୍ରହଣ କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଜରୁରୀ