ଓଡ଼ିଶା ବନ୍ଦକୁ ନେଇ କଂଗ୍ରେସର ପ୍ରେସମିଟ : ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସଫଳ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା କଂଗ୍ରେସ

ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ

74

କନକ ବ୍ୟୁରୋ : ଓଡ଼ିଶା ବନ୍ଦକୁ ନେଇ କଂଗ୍ରେସର ପ୍ରେସମିଟ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସଫଳ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା କଂଗ୍ରେସ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିସ୍କାର ଓ ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ କହିଛି । ସେହିପରି ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଯେଉଁମାନେ ହାଇକୋର୍ଟକୁ ଯାଇଥିଲେ ସେମାନେ ବିଜେଡ଼ି ଲିଗାଲ ସେଲର କର୍ମକର୍ତା ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସର ବଡ଼ ଧରଣର ବନ୍ଦ ଡ଼ାକରାକୁ ଭଣ୍ଡୁର କରିବାକୁ ଉଦ୍ୟମ ହୋଇଥିଲା । ତାହା ଫେଲ ମାରିଛି ବୋଲି କଂଗ୍ରେସ କହିଛି । ହାଇକୋର୍ଟଙ୍କ ରାୟ ମାନି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିଥିବାରୁ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବରିଷ୍ଠ ନେତା ।

ଅସ୍ତରଙ୍ଗ କାକଟପୁରରେ କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବ ଆଂଶିକ ଭାବେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତଳିକା ଦାହ କରିବା ସହ ନାରାବାଜି କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି କଂଗ୍ରେସ ବନ୍ଦ ପାଳନ କରିଥିଲା । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ଏକାଠି ହୋଇ ଅସ୍ତରଙ୍ଗ କାକଟପୁର ବଜାରରେ ରାଲି କରି ସରକାର ବିରୋଧୀ ନାରାବାଜି କରିଛନ୍ତି । ମୁଖ୍ୟ ବଜାରରେ କର୍ମୀ ମାନେ ଧାରଣାରେ ବସିବା ସହ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି ।

ଲୋକସେବା ଭବନକୁ ଧସେଇ ପଶିବାକୁ ଅଗ୍ରସର ବେଳେ ଛାତ୍ର କଂଗ୍ରେସର ଶତାଧିକ କର୍ମୀଙ୍କୁ ଗିରଫ କରିଛି ପୋଲିସ । ଶତାଧିକ କଂଗ୍ରେସ କର୍ମୀ ଲୋକସେବା ଭବନକୁ ପଶିବାକୁ ଉଦ୍ୟମ ବେଳେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ ପକ୍ଷରୁ ୬ଘଂଟିଆ ଓଡ଼଼ିଶା ବନ୍ଦ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଥିବାରେ ରାସ୍ତାଘାଟରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ।