ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ, ପୋଲିସ ମୋ ସମର୍ଥକଙ୍କୁ ଜାଣିଶୁଣି ଗିରଫ କରୁଛି

Advertisment
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ, ପୋଲିସ ମୋ ସମର୍ଥକଙ୍କୁ ଜାଣିଶୁଣି ଗିରଫ କରୁଛି

କନକ ବ୍ୟୁରୋ: ଘସିପୁରା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଆଜି ସକାଳେ ଯେଉଁ ଘଟଣା ଘଟିଥିଲା ତାହା ଅତି ନିନ୍ଦନୀୟ । ଅଶାନ୍ତି ସାଙ୍କୁ ଗତ ରାତିରେ ଉଠାଇ ନିଆଯାଇଛି । ମୋ ସମର୍ଥକଙ୍କୁ ପୋଲିସ ଜାଣିଶୁଣି ଗିରଫ କରୁଛି । ଗିରଫ ବ୍ୟକ୍ତି ମୋ ସମର୍ଥକ କେମିତି ହେଉଛନ୍ତି । ଗଣତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ମୁଁ କାମ କରୁଛି । ବଦ୍ରିବାବୁଙ୍କ ସହ ଥିବା ଅସାମାଜିକଙ୍କୁ ଗିରଫ କରାଯାଉନି । ବାହୁବଳୀ ନେତା ଭାବେ ନିର୍ବାଚନ ନଲଢନ୍ତୁ । ନିର୍ବାଚନ ହିଂସାଯୁକ୍ତ କରିବାକୁ କାହିଁକି ପ୍ରଚେଷ୍ଟା କରାଯାଉଛି? ମୁଁ କାହା ବିରୋଧରେ ଲଢେଇ କରୁନି । ମୋର ସରକାର କଳ ବିରୋଧରେ ଲଢେଇ । ବଦ୍ରିବାବୁ ଭୟଭୀତ ହୁଅନ୍ତୁ ନାହିଁ । ମୁଁ ମୋ ଲଢେଇ ଲଢୁଛି, ସେ ତାଙ୍କ ଲଢେଇ ଲଢନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe