କନକ ବ୍ୟୁରୋ: ବାରବାଟୀ ଦିନିକିଆକୁ ବେଶ ଗୁରୁତ୍ୱଦେଇଛି ଟିମ ଇଣ୍ଡିଆ । ଅନ୍ୟପଟେ ସନ୍ଧ୍ୟାରେ ପଡୁଥିବା କାକର ମ୍ୟାଚକୁ ପ୍ରଭାବିତ କରିବ ।ସେ ନେଇ ଭାରତୀୟ ଦଳ ପ୍ରସ୍ତୁତ ଥିବା ପ୍ରେସମିଟ କରି କହିଛନ୍ତି ଯୁବ ବ୍ୟାଟସ ମ୍ୟାନ ଶ୍ରେୟସ ଅୟର । ଟିମ ଇଣ୍ଡିଆ ବାରବାଟୀରେ ଅଭ୍ୟାସ କରୁଥିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅୟର ।ଏହା ସହ ବ୍ୟକ୍ତିଗତ ଭାବେ ଯେକୌଣସି ସ୍ଥାନରେ ଦଳର ଆବଶ୍ୟକତା ଅନୁସାରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
ଆସନ୍ତାକାଲି ହେବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ବାରବାଟୀରେ ଅଭ୍ୟାସ କରିଛି ଭାରତୀୟ ଦଳ । ଅଭ୍ୟାସରୁ ଦୁଇ ଓପନରଙ୍କୁ ଦୂରେଇ ରହିଥିବା ଦେଖିବାକୁ ମିଳିଛି । ରୋହିତ ଓ ରାହୁଲ ଏବଂ ଦ୍ରୁତ ବୋଲର ମହମ୍ମଦ ସାମିରେ ଅଭ୍ୟାସ ବେଳେ ଦେଖିବାକୁ ମିଳିନି । ସେହିଭଳି ୱେଷ୍ଟଇଣ୍ଡିଜ ଟିମ ମଧ୍ୟ ବାରବାଟୀରେ ପହଚିଂ ଅଭ୍ୟାସ ଆରମ୍ଭ କରିଛନ୍ତି । ଖେଳାଳିଙ୍କ ଅଭ୍ୟାସ ପାଇଁ ଷ୍ଟାଡିୟମରେ ସୁରକ୍ଷା କଡାକଡି କରାଯାଇଛି । କୋହଲି ବାହିନୀ ଭୁବନେଶ୍ୱର ମେ ଫେୟାର ହୋଟେଲରୁ ପ୍ରାୟ ସକାଳ ସାଢେ ୯ଟାରେ ବାରବାଟୀ ଅଭିମୁଖେ ବାହାରିଥିଲେ ।
କଡା ସୁରକ୍ଷା ବଳୟରେ ଭାରତୀୟ ଖେଳାଳି ବାରବାଟୀ ଯାଇଥିଲେ ଓ ଆସିଥିଲେ । ଖେଳାଳିଙ୍କ ଗୋଟିଏ ଝଲକ ଦେଖିବାକୁ ଷ୍ଟାଡିୟମ ବାହାରେ, ରାସ୍ତାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଛି । ଭିଡକୁ ଆଖିରେ ରଖି ପୁଲିସ ପ୍ରଶାସନ ତରଫରୁ ସୁରକ୍ଷାକୁ କଡାକଡି କରାଯାଇଛି । ଅଭ୍ୟାସ ପରେ ୱେଷ୍ଟଇଣ୍ଡିଜ୍ ଦଳ ରାତି ପ୍ରାୟ ୯ଟା ବେଳେ ଫେରିବାର କାର୍ଯ୍ୟକ୍ରମ ରହିଛି । ଏପଟେ ଗତକାଲି ବାରବାଟୀ ଷ୍ଟାଡିୟମ୍ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ପୁଲିସ୍ ଡିଜି ।