ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସେବାଶ୍ରମରେ ସାଂବାଦିକ ସମ୍ମିଳନୀ :  ପିପୁଲ ଫର ସେବା ସଦସ୍ୟ ଉଠାଇଲେ ସିବିଆଇ ତଦନ୍ତ ଦାବି ; କହିଲେ କ୍ରାଇମବ୍ରାଂଚ ତଦନ୍ତରେ ଆମେ ନୁହଁ ସନ୍ତୁଷ୍ଟ

228

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟଦାସ ମୃତ୍ୟୁ ମାମଲା । ସାଂବାଦିକ ସମ୍ମିଳନୀ କରି ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାଶ୍ରମ ସଦସ୍ୟ । ପିପୁଲସ୍ ଫର ସେବା ସଦସ୍ୟ କ୍ରାଇମବ୍ରାଂଚ ତଦନ୍ତରେ ସନ୍ତୁଷ୍ଟ ନଥିବା କହିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି । ସାଂବାଦିକ ସମ୍ମିଳନୀରେ ପୁପୁଲସ ଫର ସେବା ସଦସ୍ୟ ଅଭିଯୋଗ ଉଠାଇଛନ୍ତି କ୍ରାଇମବ୍ରାଂଚର ଧୀମା ତଦନ୍ତରେ ନ୍ୟାୟ ମିଳିବା ନେଇ ସନ୍ଦେହ ଆସୁଛି । ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ । ଆଦିତ୍ୟ ତଥା ପିପୁଲସ୍ ଫର ସେବାର ସମସ୍ତ ସଦସ୍ୟ ତଥା ବିଦ୍ୟାଶ୍ରୀଙ୍କ ଗତ ୬ ମାସର କଲ୍ ରେକର୍ଡିଂ ଓ ସିସିଟିଭି ଚିତ୍ର ଅନୁଧ୍ୟାନ କଲେ ସତ କଣ ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ।