କନକ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯ ଜଣ କରୋନା ଆକ୍ରାନ୍ତ ରହିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଏହା ସହ ରାଜ୍ୟରେ ବିଭିନ୍ନ ସହରରେ ୭ଟି କୋଭିଡ ୧୯ ହସ୍ପିଟାଲ ସ୍ଥାପନ ହେଉଛି । ଏଥି ମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହୋଇ ସାରିଥିବା କହିଛନ୍ତି ବାଗଚୀ ।
ରାଜ୍ୟରେ ତୃତୀୟ ସରକାରୀ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟାରମ୍ଭ ହୋଇଛି । ମହାନଦୀ କୋଲ୍ଡ ଫିଲ୍ଡ ସହଯୋଗରେ ସୋଆ କ୍ୟାଂପସରେ ନିର୍ମିତ ୫ ଶହ ଶଯ୍ୟାଏବଂ ୨୫ ଆଇସିୟୁ ବିଶିଷ୍ଟ ଶଯ୍ୟା ରହିଥିବା ଏହି ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକର୍ପଣ କରିବା ସହିତ ହସ୍ପିଟାଲର ଡାକ୍ତର ଏବଂ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କ ସହ ମତ ବିନିମୟ ପୂର୍ବକ କୋଭିଡ୧୯ ମହାମାରୀ ସମୟରେ ଲୋକଙ୍କ ସେବା ନିମନ୍ତେ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ତେବେ ବର୍ତ୍ତମାନ ରାଜ୍ୟରେ ତିନୋଟି ସ୍ଥାନରେ ଦିନକୁ ୩୦୦ଟି କୋଭିଡ-୧୯ ନମୂନା ପରୀକ୍ଷା କରାଯାଉଥିବା ବେଳେ ଆଗାମୀ ୫ଦିନ ମଧ୍ୟରେ ଏହାକୁ ୧ ହଜାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍ ଶୀଘ୍ର ଭିମସାର ବୁର୍ଲା, ଏମକେସିଜି ବ୍ରହ୍ମପୁରରେ କୋଭିଡ୧୯ ପରୀକ୍ଷଣର ସୁବିଧା ଉପଲବ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଚଗୀ । ଏହାବ୍ୟତୀତ ରାଜ୍ୟରେ ବର୍ତ୍ତମାନ ୧୪୫୭ ଶଯ୍ୟା ବିଶିଷ୍ଟ ୭ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଥିବା ସୂଚନା ଦେଇଛନ୍ତି ବାଗଚୀ । ତେବେ କଟକରେ ଅଶ୍ୱିନୀ ହସ୍ପିଟାଲ, ଯାଜପୁରର ଡୁବୁରୀଠାରେ ଟାଟା ହସ୍ପିଟାଲ, କେନ୍ଦୁଝରର ଯୋଡାଠାରେ ଟାଟା ହସ୍ପିଟାଲ, ଖୋର୍ଧାରେ କିମ୍ସ, ଭୁବନେଶ୍ୱରରେ ସମ୍ , ପୁରୀର ଆଇଡି ହସ୍ପିଟାଲ ଏବଂ ସୁନ୍ଦରଗଡ ଜିଲ୍ଲାର ରାଉରକେଲାଠାରେ ହାଇଟେକ୍ ମେଡିକାଲ କଲେଜରେ କୋଭିଡ-୧୯ର ଏହି ସୁବିଧା ଉପଲବ୍ଧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖ୍ୟପାତ୍ର ସୁବ୍ରତ ବାଗଚୀ ।
ଅନ୍ୟପଟେ, ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡିଶାରେ ୧୮୮୮ଟି ନମୂନା କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ସମୁଦାୟ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ ଏମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ କୋଭିଡ-୧୯ ପିଜିଟିଭଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩୨ ଜଣ, ଭଦ୍ରକରୁ ୩ ଜଣ, ପୁରୀ, କଟକ, କଳାହାଣ୍ଡି ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/41-2.jpg)