ନୂଆ ଭାରତ, ଶ୍ରେଷ୍ଠ ଭାରତ: ବଜେଟ୍ ଅଧିବେଶନ ପୂର୍ବରୁ ମହାମହିମଙ୍କ ଅଭିଭାଷଣ ।

247

କନକ ବ୍ୟୁରୋ: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଓଡ଼ିଆ କବିତାର ଏହି ଗୋଟିଏ ପଦରେ ଭରି ରହିଛି ଦେଶ ପ୍ରେମ ଓ ଦେଶ ଭକ୍ତିର ଭାବନା । ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଯେତେବେଳେ ଅଭିଭାଷଣ ରଖୁଥିଲେ ମହାମହିମ ରାଷ୍ଟ୍ରପତି, ଉଭୟ ଗୃହର ମିଳିତ ସମ୍ବୋଧନର କେନ୍ଦ୍ରରେ ଥିଲା ନୂଆ ଭାରତ, ଶ୍ରେଷ୍ଠ ଭାରତ ।

 

ନାରୀ ଶକ୍ତିରୁ ମହିଳା ସଂରକ୍ଷଣ, ଜି-୨୦ରୁ ଚନ୍ଦ୍ରଯାନ ସଫଳତା, ଧାରା ୩୭୦ ଉଚ୍ଛେଦରୁ ତିନି ତଲାକ୍ ଆଇନ୍, ପଞ୍ଚମ ଅର୍ଥନୀତିରୁ ଏଫଡିଆଇ ୨ ଗୁଣା ବୃଦ୍ଧି, ମେକ୍ ଇନ୍ ଇଣ୍ଡିଆରୁ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍, ଡିଜିଟାଲ ଇଣ୍ଡିଆରୁ ଆୟୁଷ୍ମାନ ଭାରତ, ରାମ ମନ୍ଦିରର ସ୍ୱପ୍ନରୁ ପ୍ରାଣପ୍ରତିଷ୍ଠା ଉତ୍ସବ । ମୋଦି ସରକାରଙ୍କ ଗୋଟି ଗୋଟି ସଫଳତା ବଖାଣିବା ସହ ନୂଆ ଭାରତର ଏକ ସୁନେଲି ଭାରତର ଛବି ରଖିଛନ୍ତି ରାଷ୍ଟ୍ରପତି ।

ନୂଆ ଭାରତ, ଶ୍ରେଷ୍ଠ ଭାରତ । ଦ୍ରୁତ ଗତିରେ ଆର୍ଥିକ ଅଭିବୃଦ୍ଧି । ରାମ ମନ୍ଦିର ସ୍ୱପ୍ନ ପୂରଣ । ରାଷ୍ଟ୍ରପତି ନାରୀ ଶକ୍ତି, ମହିଳା ସଶକ୍ତିକରଣ, ଏସଏଚଜି ଗ୍ରୁପର ସଫଳତାର କାହାଣୀ କହିଛନ୍ତି । ଏସଏଚଜି ଗୁପ ଦେଶର ମହିଳାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ଏବଂ ସରକାର ନିରନ୍ତର ପ୍ରୟାସ, ସଂସ୍କାର, ପ୍ରଦର୍ଶନ ଓ ପରିବର୍ତନ ସହ ଦେଶକୁ ଆଗେଇ ନେଇଥିବା କହିଛନ୍ତି ରାଷ୍ଟ୍ରପତି ।

ତେବେ ବଜେଟ୍ ଅଧିବେଶର ପୂର୍ବରୁ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜାନୁଆରୀ ୩୧ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଫେବୃଆରୀ ୯ ଯାଏଁ ଚାଲିବ । ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅନ୍ତରୀଣ ବଜେଟ ଉପସ୍ଥାନ କରିବେ ।