‘ଭାରତ ହେଉଛି ଲୋକତନ୍ତ୍ରର ଜନନୀ’, ୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

215

କନକ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ କହିଛନ୍ତି, ଦେଶବାସୀ ଉତ୍ସାହର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳୁଛନ୍ତି । ନିଡର ପିଲାବେଳେର କଥା ମନେପକାଇଛନ୍ତି ରାଷ୍ଟ୍ରପତି । ଆମେ ସ୍କୁଲରେ ଥିବା ବେଳେ ଏହି ଦିନକୁ ଅପେକ୍ଷା କରିଥିଲୁ । ବିଶ୍ୱର ସବୁଠାରୁ ବଡ ଲୋକତନ୍ତ୍ର ହେଉଛି ଆମ ଦେଶ । ଆମେ ପ୍ରଥମେ ଭାରତର ନାଗରିକ । ଭାରତ ହେଉଛି ଲୋକତନ୍ତ୍ରର ଜନନୀ ।